ଆଜି ଭାରତ ଗସ୍ତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ : ଓମିକ୍ରୋନ ସଙ୍କଟ ଭିତରେ ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯାହକୁ ନେଇ ସାରା ବିଶ୍ୱର ନଜର ରହିଛି । ରୁଷ୍‌ ରାଷ୍ଟ୍ରପତି ପୁଟିନ ଭାରତକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଥିବା ବେଳେ ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ତେବେ ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ ୨୧ତମ ବାର୍ଷିକ ସମ୍ମିଳନୀ ରହିଛି । ଶେଷ ଥର ପାଇଁ ୨୦୧୯ରେ ଏହି ସମ୍ମିଳନୀ ହୋଇଥିଲା ।

Leave A Reply

Your email address will not be published.