ଭୟଭୀତ ପାକିସ୍ତାନୀ ଏୟାର୍‌ଫୋର୍ସ ଚିଫ୍‌ଙ୍କ ଚେତାବନୀ

ଇସ୍‌ଲାମାବାଦ : ପାକିସ୍ତାନର ଏୟାର୍‌ଫୋର୍ସ ଚିଫ୍‌ ଚେତାବନୀ ଦେଇଛନ୍ତି ଯେ, ଭାରତ ଆଗାମୀ କିଛି ମାସ ମଧ୍ୟରେ ଫ୍ରାନ୍ସରୁ ଆଣିଥିବା ନୂଆ ରାଫେଲ୍‌ ଫାଇଟର୍‌ ଜେଟ୍‌ ଦ୍ୱାରା ପାକିସ୍ତାନ ଉପରେ ଆକ୍ରମଣ କରିବାର ଯୋଜନା କରୁଛି । ପାକିସ୍ତାନୀ ଏୟାରଫୋର୍ସ ଚିଫ୍‌ ମୁଜାହିଦ ଅନୱର ଦାବୀ କରିଛନ୍ତି ଯେ, ଭାରତ ମୁହାମୁହିଁ ସ୍ଥିତିକୁ ଉତ୍ସାହିତ କରିବା ପାଇଁ ଆକ୍ରମକ ସୈନିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛି । ସେ ଏହା ବି କହିଛନ୍ତି ଯେ, ଫାଇଟର୍‌ ଜେଟ୍‌ ହାୱାରେ ପ୍ରଭୁତ୍ୱ ପ୍ରଦର୍ଶନ କରିବାକୁ ଭାରତ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ମାର୍ଶଲ ଖାନ୍‌ ଦାବୀ କରିଛନ୍ତି ଯେ, ଭାରତ କାଶ୍ମୀର ଓ ଆନ୍ତରାଷ୍ଟ୍ରୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି । ମୋର ଅନୁମାନ ଯେ ଆସନ୍ତା ୧୮ରୁ ୨୪ ମାସ ଭିତରେ ଭାରତ ପାକିସ୍ତାନକୁ ଆକ୍ରମଣ କରିବ, କାରଣ ଏହି ସମୟସୀମା ଭିତରେ ଭାରତ ପର୍ଯ୍ୟାପ୍ତ ପରିମାଣରେ ଫ୍ରାନ୍ସଠାରୁ ମେଟେଓର ମିସାଇଲ୍‌ରୁ ଆରମ୍ଭ କରି ଫାଇଟର୍‌ ଜେଟ୍‌ ପର୍ଯ୍ୟନ୍ତ ହାସଲ୍‌ କରିନେବ ।

Leave A Reply

Your email address will not be published.