ଆତଙ୍କବାଦୀଙ୍କ ଦ୍ୱାରା ୭ ଭାରତୀୟ ଅପହୃତ

ତ୍ରିପୋଲି : ଭାରତରୁ ଲିବିଆକୁ କାମ କରିଯାଇଥିବା ୭ ଜଣ ଭାରତୀୟ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ଖବର ମିଳିଛି । ଭାରତୀୟଙ୍କ ମୁଣ୍ଡ ଜାମିନ ରଖିଛନ୍ତି ଆତଙ୍କବାଦୀମାନେ ବୋଲି କୁହାଯାଇଛି । ତେବେ ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ମୁକ୍ତ କରାଯିବ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ଭାରତୀୟମାନେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ବାସିନ୍ଦା ହୋଇଥିବା ବେଳେ ଭିଜା ସମୟ ସୀମା ଶେଷ ହେଉଥିବାରୁ ସେମାନେ ଭାରତକୁ ଫେରି ଆସିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଛନ୍ତି । ତେବେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।

Leave A Reply

Your email address will not be published.