କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଅନୁ ଟଣ୍ଡନ

ଲକ୍ଷ୍ନୌ : ଦଳର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଟଣ୍ଡନ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରାଜ୍ୟସ୍ତରୀୟ ନେତାମାନେ ଠିକ୍‌ ଭାବେ କାର୍ୟ୍ୟ କରୁନାହାନ୍ତି ଦର୍ଶାଇ କଂଗ୍ରେସ ଦଳରୁ ସେ ଓହରି ଯାଇଥିବା ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ ଅନୁ ଟଣ୍ଡନ ଚିଠି ଲେଖି ନିଜର ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିବା କହିଛ‌ନ୍ତି ।

ଆସନ୍ତା ମାସରେ ଉନ୍ନାଓ ଲୋକସଭା ଅନ୍ତର୍ଗତ ବାଙ୍ଗ୍ରାମାଉ ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଉନ୍ନାଓର ପୂର୍ବତନ ସାଂସଦ ଦଳ ଛାଡ଼ିବା କଂଗ୍ରେସ ପାଇଁ ମୁଣ୍‌ଣ୍ଡବ୍ୟଥାର କାରଣ ହୋଇପାରେ ବୋଲି ଆଲୋଚନା ହେଉଛି । । ଏହି ଆସନରୁ ୨୦୦୯ରେ ଅନୁ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.