ଅଜଣା ଗାଡି ଧକ୍କାରେ ୩ ବରାହ‌ଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ରସମୁଣ୍ଡା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡି ଧକ୍କାରେ ତିନି ଗୋଟି ବରାହ ଜନ୍ତୁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ନୃସିଂହନାଥ ଫରେଷ୍ଟ ରେଞ୍ଜର ଗିରିଧାରୀ ପ୍ରଧାନଙ୍କ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବରାହମାନେ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟି ଥାଇପାରେ । ଦୁଇଟି ବରାହ ଗାଡି ଧକ୍କାରେ ସମ୍ପୂର୍ଣ୍ଣ ଭାବରେ ରାସ୍ତାରେ ପେଷି ହୋଇଯାଇଥିବା ବେଳେ ବହୁ ଖୋଜାଖୋଜି କରିବା ପରେ ଅନ୍ୟ ଗୋଟିଏ ବରାହର ଖଣ୍ଡିତ ମୃତ ଦେହ ଫରେଷ୍ଟ ବିଭାଗ ତରଫରୁ ଉଦ୍ଧାର କରାଯାଇଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦିଆଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ନୃସିଂହନାଥ ରେଞ୍ଜ ଓ ପାଇକମାଲ ରେଞ୍ଜରର କର୍ମଚାରୀମାନେ ତଦନ୍‌ନ୍ତ ଜାରି ରଖିଥିବା ରେଞ୍ଜର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.