ଏଥର ହବିଷ୍ୟାଳୀଙ୍କୁ ପୁରୀ ଆସିବା ମନା : ବାରଣ କଲା ପୁରୀ ପ୍ରଶାସନ

ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଜମିଥାଏ । କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହବିଷ୍ୟାଳୀଙ୍କୁ ପୁରୀ ଆସିବା ମନା ହୋଇଛି । ତେଣୁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଚଳିତ ବର୍ଷ ଦେଖିବାକୁ ମିଳିବନି । ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳୀମାନଙ୍କୁ ପୁରୀ ନଆସିବାକୁ ନିବେଦନ କରାଯାଇଛି । ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କୌଣସ ହବିଷ୍ୟାଳୀ ପୁରୀ ଆସିବେ ନାହିଁ ।

Leave A Reply

Your email address will not be published.