pakka

ଭୟଙ୍କର ଅଗ୍ନିକାଣ୍ଡ : ଜୀଅନ୍ତା ଜଳିଗଲେ ୭ ଜଣ

bbehera

ମଧ୍ୟପ୍ରଦେଶ : ଶୁକ୍ରବାର ମଧ୍ୟରାତ୍ରୀରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଛି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଇନ୍ଦୋରର ସ୍ବର୍ଣ୍ଣବାଗ କଲୋନୀର ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ହେତୁ ୬ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବା ସୂଚନା ରହିଛି । ପୋଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀକୁ ମଧ୍ୟ ସୂଚନା ଦିଆଯାଇଥିଲା । ଏହା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ଚେଷ୍ଟା କରିଥିଲା । ନିଆଁ କେତେ ଭୟଙ୍କର ଥିଲା, ଏହାକୁ ନିୟନ୍ତ୍ରଣ କରିବା ପାଇଁ ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ଘଟଣାରେ ଜୀବନ୍ତ ଦଗ୍ଧ ହୋଇଥିବା ଲୋକଙ୍କ ମୃତଦେହକୁ ଏମବାଇ ଡାକ୍ତରଖାନାକୁ ପଠାଯାଇଛି ।

ସୂଚନାନୁସାରେ, ଗାଡିଗୁଡିକ ପାର୍କିଂ ହୋଇଥିବା ସ୍ଥାନରୁ ନିଆଁ ଲାଗିଯାଇଥିଲା । ଏଠାରେ ସର୍ଟ ସର୍କିଟ ହୋଇଥିଲା, ଯାହା ପରେ ନିଆଁ ଏକ ଭୟଙ୍କର ରୂପ ନେଇଥିଲା ଏବଂ ଏହା ବିଲ୍ଡିଂରେ ବ୍ୟାପୀ ଯାଇଥିଲା । କିଛି ଲୋକ ଜୀବନ୍ତ ଦଗ୍ଧ ହୋଇଗଲେ ଏବଂ କେତେକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କଲେ ।

jay balangir
Leave A Reply

Your email address will not be published.

fifteen + five =

error: Content is protected !!