pakka

ଆଜି ବିଶ୍ୱ ବ୍ରେଲି ଦିବସ

bbehera

ନୂଆଦିଲ୍ଲୀ : ସୁସ୍ଥ ଲୋକ ବିଭିନ୍ନ କ୍ଷେତ୍ରରେ ସହଜରେ ସଫଳତା ହାସଲ କରିବା ସାଧାରଣ କଥା । ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ତଥା ଜ୍ଞାନ ଆହରଣ କରିବା ପୂର୍ବରୁ କଷ୍ଟକର ହେଉଥିଲା । ଏହି ସମସ୍ୟାର ସମାଧାନ କରିଥିଲେ ଲୁଇସ ବ୍ରେଲି । ୪ ଜାନୁଆରି ୧୮୦୯ରେ ଫ୍ରାନ୍ସରେ ଜନ୍ମ ହୋଇଥିଲେ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲି ଲିପିର ସ୍ରଷ୍ଟା ହେଊଛନ୍ତି ଲୁଇସ ବ୍ରେଲି । ତାଙ୍କ ସ୍ମୃତିରେ ପ୍ରତି ବର୍ଷ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ । ଫରାସୀ ସେନାର କ୍ରିପ୍ଟୋଗ୍ରାଫର୍‌ ଚାଲର୍‌ସ ବାର୍ବିୟେଁଙ୍କ ନାଇଟ ରାଇଟିଂ ଲିପି ଦ୍ୱାରା ଅନୁପ୍ରାଣିତ ହୋଇ ବ୍ରେଲି, ଦୃଷ୍ଟି ବାଧିତମାନେ ପଢ଼ିବା ପାଇଁ ସାଙ୍କେତିକ ଲିପି ଉଦ୍ଭାବନ କରିଥିଲେ । ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲିର ଉପଯୋଗୀତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୪ରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥାଏ । ଏହା ଦୃଷ୍ଟି ବାଧିତଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରିବାରେ ସହାୟତା ପ୍ରଦାନ କରିଥାଏ । ମାନବିକ ଅଧିକାରର ପୂର୍ଣ୍ଣ ହୃଦୟଙ୍ଗମ କରିବାରେ ଯୋଗାଯୋଗର ମାଧ୍ୟମ ଭାବରେ ବ୍ରେଲିର ମହତ୍ତ୍ୱ ବିଷୟରେ ସଚେତନତା ଲାଗି ଏହି ଦିବସ ପାଳିତ ହୁଏ । ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ନଭେମ୍ବର ୨୦୧୮ରେ ଘୋଷଣା ମାଧ୍ୟମରେ ଏହି ଦିବସ ପାଳନ କରିବା ନିମନ୍ତେ ତାରିଖ ଚୟନ କରାଯାଇଥିଲା । ଦୃଷ୍ଟି ବାଧିତଙ୍କ ଲାଗି ଏହି ଲେଖା ପ୍ରଣାଳୀର ସୃଷ୍ଟିକର୍ତ୍ତା ଲୁଇସ ବ୍ରେଲିଙ୍କ ଜନ୍ମଦିନ ପାଳନ ଅବସରରେ ଏହି ଦିନ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୨୦୧୯ ଜାନୁଆରୀ ୪ରେ ପ୍ରଥମ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଇଥିଲା ।

jay balangir
Leave A Reply

Your email address will not be published.

10 − eight =

error: Content is protected !!