ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ୨/୮: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ କରୋନାର ଭୟାବହତା କାୟା ବିସ୍ତାର କରୁଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୮୫୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩କୁ ଛୁଇଁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୧ ଲକ୍ଷ ୪୫ ହଜାର ୬୧୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୫ ଲକ୍ଷ ୬୭ ହଜାର ୭୩୦ ଜଣ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.