ମାରଣାସ୍ତ୍ରରେ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟର ୬ଦିନ ପରେ ମଧ୍ୟ ଅନ୍ଧାରରେ ବାଡି ବୁଲାଉଛି ପୁଲିସ : ସାଧାରଣରେ ଆଲୋଚନା

ଦେଓଗାଁ, (ମନିଷ କୁମାର ସାହୁ) : ଗୋଟିଏ ଦିନରେ ଦେଓଗାଁ ଥାନାଞ୍ଚଳର ଦୁଇଟି ଜାଗାରେ ତିନି ଘଣ୍ଟାର ବ୍ୟବଧାନରେ ଲୁଟ୍ ଘଟଣା ଘଟିଥିଲା । ଗୋଟିଏ ଘଟଣାରେ ଲୁଟେରାମାନେ ଆକ୍ରମଣ ମାରଣାସ୍ତ୍ର ଦ୍ୱାରା କରିଥିଲେ। ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଯାଇଛି । ହେଲେ ଆଜି ବି ପୁଲିସ ହାତ ଖାଲି ରହିଛି । ବିଭିନ୍ନ ଲୋକଙ୍କୁ ସନ୍ଦେହରେ ପଚରାଉଚରା କରୁଥିଲେ ବି କୌଣସି ଟେର୍ ପାଉନି ପୁଲିସ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଡକାୟତିକୁ ନେଇ ଦେଓଗାଁ ଅଞ୍ଚଳବାସୀ ଆତଙ୍କିତ ହେଉଛନ୍ତି । ସାଲେପାଲି ଚୋରି ଘଟଣାରେ ସଂପୃକ୍ତ ଥିବା ଜଣେ ଚୋରକୁ କାବୁ କରି ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ସାଲେପାଲି ରାସ୍ତାରେ ବାଇକ ଚାଳକ ସାଲେପାଲି ଗାଁର ଓଙ୍କାର ମେହେରଙ୍କୁ ମାରଣାସ୍ତ୍ର ଦେଖାଇ ଲାପଟପ୍, ମୋବାଇଲ ଫୋନ୍ ଓ କିଛି ଟଙ୍କା ଲୁଟି ନେଇଥିବା ବେଳେ ରାତି ପ୍ରାୟ ୯.୩୦ ସମୟରେ ଦେଓଗାଁ-ତୁଷୁରା ରାସ୍ତା ଭାଟି ଛକ ନିକଟରେ ପାରାଦୀପରୁ ଫେରି ଦେଓଗାଁ ପଟରୁ ଯାଉଥିବା ତୁଷୁରାର ଟେଣ୍ଟ ହାଉସ ମାଲିକ ଉପେନ୍ଦ୍ର ସ୍ୱାଇଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୨ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ଏ ନେଇ ଦେଓଗାଁ ପୁଲିସ କେଶ ନମ୍ବର ୨୦୩ରେ ଏକ ମାମଲା ରାଜୁ କରି ତଦନ୍ତ କରୁଛି ।

Leave A Reply

Your email address will not be published.