ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯ରୁ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଟଙ୍କା ଦାବୀରେ ପାଇକମାଲ ପଦ୍ମପୁର ରାଜ୍ୟ ରାଜପଥ ସ୍ଥିତ ମାଝୀପାଲି ଠାରେ ଆସନ୍ତା ୭ ତାରିଖ ଦିନ ଡାକରା ଦେଇଥିବା ରାସ୍ତା ରୋକୋ ଆନ୍ଦୋଳନକୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ଘୋଷଣା କରିଛନ୍ତି । ୨୦୧୯ ବର୍ଷର ବାଦିକଟା, ଭେଙ୍ଗରାଜପୁର ଓ ଲଖମରା ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଶସ୍ୟବୀମା ଟଙ୍କା ମିସ୍ ମେଚ୍‌ ଦର୍ଶାଇ ବୀମା କମ୍ପାନୀ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନ କରି ରାଜ୍ୟ କୃଷି ବିଭାଗର ସ୍ପଷ୍ଟୀକରଣ ମାଗିଥିଲା । ଗତ କିଛି ଦିନ ତଳେ କୃଷି ନିର୍ଦ୍ଦେଶକ ଏହି ୩ଟି ପଞ୍ଚାୟତର ଚାଷୀମାନଙ୍କୁ ବୀମା ଟଙ୍କା ପ୍ରଦାନ ପାଇଁ ବୀମା କମ୍ପାନୀକୁ ସୁପାରିଶ କରିଥିଲେ । ବୀମା କମ୍ପାନୀ ମିସ୍ ମେଚ୍‌ର ବହୁ ପରସେଣ୍ଟନ ଅଧିକ ଥିବା ଦର୍ଶାଇ କେନ୍ଦ୍ର କୃଷି ବିଭାଗରେ ଆପତ୍ତି କରିଛି । ତେବେ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଡାଟା ଅପଲୋଡିଙ୍ଗ ସମୟରେ ସଠିକ୍ ନିର୍ଣ୍ଣୟ କରି ନଥିବା ଗ୍ରାମସେବକ, କୃଷି ଅଧିକାରୀ, ଆରଆଇ, ଷ୍ଟାଟିସଟିକ ଅଧିକାରୀ ଆଦିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ପଦକ୍ଷେପ ନେବା ପାଇଁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକ ବରଗଡ଼ ଜିଲ୍ଲାପାଳ ଓ କୃଷି ବିଭାଗର ଡେପୁଟି ଡାଇରେକ୍ଟର ବରଗଡ଼ଙ୍କୁ ତାଙ୍କ ଚିଠି ନଂ ୯ଏସ୍‌ ( ୩୩ ) ୨୦ /୨୦୨୦ ଗତ ୨୮.୮.୨୦୨୦ ରିଖ ଦିନ ପତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶସ୍ୟବୀମା ଟଙ୍କା ପାଇବାରେ ଯେଉଁ ଅଧିକାରୀ ମାନେ ଅବହେଳା କରୁଛନ୍ତି । ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ସହ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁଯାଇ ଆସନ୍ତା ୭ ଦିନ ମଧ୍ୟରେ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀମାନଙ୍କୁ ଶସ୍ୟବୀମା ଟଙ୍କା ପ୍ରଦାନ କରା ନଗଲେ, ଚାଷୀ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସାପଲହର ଗ୍ରାମର ଚାଷୀ ନେତା ଶ୍ରୀ ଦୈତାରୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.