oom

ସରକାର ଅସାମ୍ବଧାନିକ ଭାବେ ବହିସ୍କାର କରିଛନ୍ତି, ଅଦାଳତର ଆଶ୍ରୟ ନେବି : ନିରୁପା ସିଂହ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅସାମ୍ବଧାନିକ ଉପାୟରେ ସରପଞ୍ଚ ପଦବୀରୁ ମୋତେ ବହିସ୍କାର କରିଛନ୍ତି, ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବି ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିରୁପା ସିଂହ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ବିବୃତିରେ ପ୍ରକାଶ କରି ଶ୍ରୀମତୀ ସିଂହ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବା ସହ ତାଙ୍କ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି ଓ ସରକାରୀ ଦଳରେ ସାମିଲ ହୋଇଯିବା ପାଇଁ ଚାପ ସୃଷ୍ଟି କରୁଛନ୍ତି । ପାଇକମାଲ ବିଡିଓ, ଜେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଲି ଭାବେ ଅନେକ କାର୍ଯ୍ୟରେ ତାଙ୍କୁ ହଇରାଣ କରୁଥିବା ବିଷୟ ବରଗଡ଼ ଜିଲ୍ଲାପାଳ ଏପରିକି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲି । ପଞ୍ଚାୟତ କାର୍ଯ୍ଯଳୟରୁ କେଶବୁକ ଠୁଁ ଆରମ୍ଭ କରି ସମସ୍ତ କାଗଜପତ୍ର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ତାଲାବନ୍ଦ କରି ରଖୁଥିଲେ ଓ ମୋତେ ଦସ୍ତଖତ ଦେବା ପାଇଁ ଯୋଗାଇ ଦେଉ ନଥିବା ବେଲଳ କେଶବୁକ ରେ ଦସ୍ତଖତ ନ ଦେବାର ଅଭିଯୋଗ ସହ ଏନଆରଇଜିଏସ କାମ ନିଜେ ବିଡିଓ ଫାଇଲ ଖୁଲି ଶ୍ରମିକମାନଙ୍କୁ ପଇସା ପୈଠ କରିଥିବା ବେଳେ ମୁଁ କିଭଲି ଦୋଷୀ ହେଲି ବୋଲି ନିରୁପା ସିଂହ ପ୍ରଶ୍ନ କରିଛନ୍ତି । ଜନ ସାଧାରଣଙ୍କ ଦ୍ବାରା ନିର୍ବାଚିତ ମୋ ପରି ଜଣେ ମହିଳା ସରପଞ୍ଚଙ୍କୁ ଅନ୍ଯାୟ ଭାବରେ ସରକାର ସସପେଣ୍ଡ କରିଥିବାରୁ ସରକାରଙ୍କ ଏହି ଅନ୍ଯାୟ ବିରୁଦ୍ଧରେ ଖୁବ୍ ଶୀଘ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବି ଓ ମାନ୍ୟବର ଉଚ୍ଚ ନ୍ଯାୟଳୟ ମୋତେ ନ୍ଯାୟ ଦେବ ବୋଲି ଆଶା କରୁଛି ବୋଲି ଶ୍ରୀମତୀ ନିରୁପା ସିଂହ ଆଶା ବ୍ଯକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.