ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଆଇନଜୀବୀ ଭବାନୀ ଶଙ୍କର ଶତପଥିଙ୍କ ଖୋଲା ଚିଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଆଇନଜୀବୀ ଭବାନୀ ଶଙ୍କର ଶତପଥି ଖୋଲା ଚିଠ ପ୍ରଦାନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କୁ ଗତ ୪ ତାରିଖ ଦିନ ଜୈନେକ ମହିଳାଙ୍କ ଅଭିଯୋଗ କ୍ରମେ ନିଳମ୍ବିତ କରାଯାଇଛି । ମହାମହିମ ରାଜ୍ୟପାଳଙ୍କୁ ଦିଆଯାଇଥିବା ଏହି ଖୋଲା ପତ୍ରରେ ଆଇନଜୀବୀ ଭବାନୀ ଶଙ୍କର ଶତପଥି ଜାଣିବାକୁ ଚାହିଁଛନ୍ତି ଯେ, ଯେଉଁ ସମୟରେ ମହିଳାଙ୍କ ଅଭିଯୋଗ ପତ୍ର ଉପଜିଲ୍ଲାପାଳଙ୍କୁ ଦିଆଯାଇ ନଥିବା ସ୍ଥଳେ ଓ ସମଗ୍ର ଘଟଣା ତଦନ୍ତାଧୀନ ଥିବା ସମୟରେ ସେହି ପତ୍ର ଏକ ବୈଦ୍ୟୁତିକ ଗଣମାଧ୍ୟମକୁ କିପରି ଦିଆଗଲା । ଏଥି ସହିତ ଉପଜିଲ୍ଲାପାଳଙ୍କୁ ପରୀକ୍ଷଣ କରି ତାଙ୍କର ବୟାନ ନେବା ଆଗରୁ ସରକାର କାହାର ଚାପରେ ତତ୍‌କ୍ଷଣାତ୍‌ ମହିଳାଙ୍କ ବୟାନ ବଳରେ ନିଳମ୍ବନ କରାଗଲା । ଉପଜିଲ୍ଲାପାଳଙ୍କୁ ତାଙ୍କ ବିଷୟକୁ ସୁଯୋଗ ନ ଦେବା ଓ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଗଣମାଧ୍ୟମରେ ପ୍ରସାରିତ କରିବା ଉପଜିଲ୍ଲାପାଳଙ୍କ ମୈାଳିକ ଅଧିକାର କ୍ଷୁର୍ଣ୍ଣ ନୁହେଁ କି ? ଉପଜିଲ୍ଲାପାଳଙ୍କ ଅଦସାଚରଣ ଘଟଣାକୁ ଅନୁସନ୍ଧାନ କରିବା ପାଇଁ ଏକ ମହିଳା କମିଟି ଗଠନ କରାଯାଇଛି, ଯେଉଁଥିରେ ଉପଜିଲ୍ଲାପାଳଙ୍କ ତଳସ୍ତରର ପ୍ୟାହାର ଅଧିକାରୀମାନେ ଅଛନ୍ତି । ପ୍ରଶାସନତନ୍ତ୍ରରେ ଏହି ଅନୁସନ୍ଧାନ ତଳପାହ୍ୟା ଅଧିକାରୀଙ୍କ ଦ୍ୱାରା ହେବା ଉପଯୁକ୍ତ ନ୍ୟାୟ କରିବାରେ କମିଟି ସକ୍ଷମ ହେବ ତ ? ତେଣୁ ଏହା ଏକ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ହେବାର ଆବଶ୍ୟକତା ଅଛି । ଶ୍ରୀ ଶତପଥି ତାଙ୍କର ପତ୍ର ମାଧ୍ୟମରେ ମହିଳା କମିଟିର ପରିବର୍ତ୍ତନ କରି ଏକ ଉଚ୍ଚପଦସ୍ଥ ଅଧିକାରୀ କମିଟି ଦ୍ୱାରା କରାଯିବା ପାଇଁ ଆବେଦନ କରିଛନ୍ତି ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟରଙ୍କୁ ତଦନ୍ତଭୁକ୍ତ ଥିବା ଅଭିଯୋଗ ଫର୍ଦ୍ଦକୁ ହସ୍ତାନ୍ତର କରିବା ଅଫିସରଙ୍କୁ ନିଳମ୍ବିତ କରାଯାଉ ତଥା ପ୍ରାଥମିକ ପ୍ରମାଣ ଉପଲବ୍ଧ ହେବା ପର୍ଯ୍ୟନ୍ତ ଉପଜିଲ୍ଲପାଳଙ୍କୁ ତାଙ୍କ ପୂର୍ବ ସ୍ଥିତିକୁ ଫେରାଇ ଅଣାଯାଉ ବୋଲି ଶ୍ରୀ ଶତପଥି କହିଛନ୍ତି । ଏହି ଆବେଦନ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବଲାଙ୍ଗିର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଇ-ମେଲ ମାଧ୍ୟମରେ ହସ୍ତକ୍ଷେପ କରିବା ପାଇଁ ସେ ଆବେଦନ କରିଛନ୍ତି ।

Leave A Reply

Your email address will not be published.