pakka

ହତ୍ୟାକାଣ୍ଡ ଘଟଣାରେ ୨ ଅଟକ, ଟାଙ୍ଗିଆ ଜବତ

bbehera

ସମ୍ବଲପୁର, (କରୁଣାକର ଶତପଥୀ) : ଏକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଂଗିଆ ଜବତ କରିଛି । ସୂଚନା ଅନୁସାରେ ହୀରାକୁଦ ଷ୍ଟେସନ ନିକଟରେ ଥିବା ଏକ ଢାବାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ବୁର୍ଲା ପୋଲିସ । ଏଥି ସହିତ ଘଟଣାସ୍ଥଳରୁ ପୋଲିସ ଏକ ଟାଙ୍ଗିଆ ଜବତ କରିଛି । ତେବେ ମୃତକ ଜଣକ ବ୍ରୁ୍ଲାର ଶରତ ଜେନା ବୋଲି ପୋଲିସ ସ୍ୱଷ୍ଟ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

two × five =