pakka

ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ୍‌, କୋର୍ଟ ଚାଲାଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ତହସିଲ୍‌ଦାର୍‌ଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତ ୭ ତାରିଖ ଦିନ ଦେଓଗାଁରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀମାନଙ୍କ ପକ୍ଷରୁ ରାସ୍ତା ରୋକୋ କରାଯାଇଥିବା ବେଳେ ସେମାନଙ୍କୁ ବୁଝାସୁଝା କରିବା ପାଇଁ ତୁଷୁରା ତହସିଲ୍‌ଦାର୍‌ ଚନ୍ଦ୍ରମଣି ନାଗ ଆସିଥିଲେ । ଦେଓଗାଁ ପେକ୍ସରେ ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ଚାଲିଥିବା ବେଳେ ଦେଓଗାଁ ପେକ୍ସର ପୂର୍ବତନ ସଭାପତି ଶୈଳେଶ କୁମାର ସାହୁ ହଠାତ୍‌ ତହସିଲ୍‌ଦାର୍‌ଙ୍କୁ ଗାଳିଗୁଲଜ୍‌ କରିବା ସହ ଆକ୍ରମଣ କରିଥିଲେ । ଏ ସଂକ୍ରାନ୍ତରେ ତହସିଲଦାର ଶ୍ରୀ ନାଗ ଦେଓଗାଁ ଥାନାରେ ଅଭିଯୋଗ କରିଥିବା ବେଳେ କେଶ୍‌ ନଂ.୧୧୦ରେ ମାମଲା ରୁଜ୍ଜୁ ହୋଇଥିଲା ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!