ପାଟଣାଗଡ ପୋଲିସର ବଡ ସଫଳତା : ଅଂଚଳରେ ଲୁଟ ମଚାଇଥିବା ଗ୍ୟାଙ୍ଗ ଗିରଫ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅଂଚଳରେ ଲୁଟ ତରାଜ ମଚାଇଥିବା ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗତ ୧୫.୧୦.୨୦୨୦ରେ ପାଟଣାଗଡ ମେହେରପଡାର ଅନିଲ ମେହେର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ୨ଜଣ ଦୁର୍ବୃତ୍‌ତ୍ତ ଆସି ଖେଲଣା ବନ୍ଧୁକ ଦେଖାଇ ପଇସା ମାଗି ଧମକାଇଥିଲେ । ଏନେଇ ପାଟଣାଗଡ ଥାନା କେଶ ନଂ ୨୦୬, ଦଫା ୨୯୪, ୫୦୬, ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ପରେ ଗତ ୨୩.୧୦.୨୦୨୦ ତାରିଖ ଦିନ ବଥର୍ଲା ଛକ ଠାରେ ସାଢେ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ଏକ ମାମଲା ପାଟଣାଗଡ ଥାନାରେ ଥାନା କେଶ ନଂ ୨୨୧ ଦଫା ୩୯୫ଆଇପିସିରେ ରୁଜୁ ହୋଇଥିଲା । ପୁଣି ସେହି ଦିନ ସନ୍ଧ୍ୟାରେ ପାଟଣାଗଡ ଦଶମତୀ ମନ୍ଦିର ନିକଟରେ ଅନିଲ ମେହେରଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ବୁଲେଟ ଛଡାଇ ନେଇଥିଲେ । ଏନେଇ ଏକ ମାମଲା ପୁଣି ଅନିଲ ପାଟଣାଗଡ ଥାନାରେ କେଶ ନଂ ୨୨୩ ଦଫା ୩୭୯, ୩୦୭ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଥିଲେ । ସେହିଭଳି ଗତ ୨୯.୧୦.୨୦୨୦ ଦିନ ବନ୍‌କାବିଅର ଗ୍ରାମର ଗୁଣନିଧି ବରିହାଙ୍କୁ କିଛି ଦୁର୍ବୃତ ତାଙ୍କ ଘରୁ ଉଠାଇ ନେଇ ମାଡ ମାରିଥିଲେ ଏବଂ ୧୦,୫୦୦ ଟଙ୍କା ଓ ଗୋଟିଏ ମୋବାଇଲ ଛଡାଇ ନେଇଥିଲେ । ଏନେଇ ପାଟଣାଗଡ ଥାନା କେଶ ନଂ ୨୩୫, ୩୯୫ ଆଇପିସି ରେ ଏକ ମାମଲା ରୁଜୁ ହୋଇଥିଲା । ଏସବୁ ମାମଲା ଗୁଡିକରେ ଗୋଟିଏ ଗ୍ୟାଙ୍ଗ କାମ କରିଥିବା ପାଟଣାଗଡ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାୟ ବିଶ୍‌ଶ୍ୱସ୍‌ସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡର ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ପାଟଣାଗଡ ରାମପୁରର ଆବାଜ ମେହେର, ଅଏଁଲାତୁଙ୍ଗାର ପିତବାସ ସାହୁ, ବାଂଜିଝାଲର ରଂଜନ ବଗର୍ତି ଏବଂ ଗୁଣପୁର ରେଙ୍ଗାଲପଦର ଗାଁର ତପନ କୁମାର ଦାମୋଦରଙ୍କୁ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କ କହିବାନୁଯାୟୀ ୧୫.୧୦.୨୦୨୦ ଦିନ ଆବାଜ ଏବଂ ପିତବାସ ଏକ ନକଲି ବନ୍ଧୁକ ନେଇ ମେହେରପଡାର ଅନିଲ ମେହେରଙ୍କ ଘରକୁ ଯାଇ ପଇସା ମାଗି ଧମକ ଚମକ ଦେଇଥିଲେ । ପଇସା ନଦେଲେ ଅନିଲଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ୨୩.୧୦.୨୦୨୦ ଦିନ ଅପରାହ୍ନ ୩ ଘଂଟା ସମୟରେ ଧଣ୍ଡାମୁଣ୍ଡାର ୨ଜଣ କିଓସ୍କ ବ୍ୟାଙ୍କ କର୍ମଚାରୀ ପାଟଣାଗଡ ଷ୍ଟେଟବ୍ୟାଙ୍କରୁ ସାଢେ ତିନି ଲକ୍ଷ ଟଙ୍କା ନେଇ ଧଣ୍ଡାମୁଣ୍ଡା ଯାଉଥିବା ସମୟରେ ବଥର୍ଲା ଛକ ନିକଟରେ ପୂର୍ବ ଯୋଜନା ମୂତାବକ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ତାଙ୍କୁ ଠେଙ୍ଗା ସାହାଯ୍ୟରେ ବାଡେଇ ଟଙ୍କା ଲୁଟିନେଇ ପଳେଇଥିଲେ । ପୁଣି ସେହିଦିନ ସନ୍ଧ୍ୟାରେ ଦଶମତୀ ମନ୍ଦିର ସାମନାରେ ଉକ୍ତ ଗ୍ୟାଙ୍ଗର ଆବାଜ ମେହେର ଏବଂ ପିତବାସ, ଅନିଲ ମେହେରଙ୍କୁ ଏକ ଲୁହା ପାଇପରେ ମାଡ ମାରିଥିଲେ ଏବଂ ତାଙ୍କଠୁ ବୁଲେଟ ଛଡାଇ ନେଇ ପଳାଇଥିଲେ । ପୁଣି ୨୯.୧୦.୨୦୨୦ ଦିନ ପୂର୍ବ ଶତୃତାକୁ ନେଇ ଉକ୍ତ ଗ୍ୟାଙ୍ଗ ବନକବିଅର ଗ୍ରାମର ଗୁଣନିଧି ବରିହାଙ୍କୁ ରାତ୍ର ସମୟରେ ଏକ ବୋଲେରୋ ଗାଡିରେ ଘରୁ ଉଠାଇ ନେଇ ତାଙ୍କୁ ମାଡ ମାରିବା ସହ ୧୦୫୦୦ ଟଙ୍କା ଓ ଏକ ମୋବାଇଲ ଲୁଟି ନେଇଥିଲେ । ଏହି ୪ଟି ଯାକ କେଶରେ ଆବାଜ ମେହେର, ପିତବାସ ସାହୁ, ରଂଜନ ବଗର୍ତୀ ଏବଂ ତପନ କୁମାର ଦାମୋଦରଙ୍କୁ ପାଟଣାଗଡ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ୩ ରୁ ୪ ଜଣ ସଦଶ୍ୟ ଫେରାର ଥିବା ପାଟଣାଗଡ ଆଇଆଇସି ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ସେମାନଙ୍କ ଠାରୁ ଏକ ବୋଲେରୋ ଓଡି.୦୩.ଏଲ.୮୩୦୬, ବୁଲେଟ ଓଡି.୦୩.ଜି. ୦୦୦୩, ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଲୁହା ପାଇପ, ଗୋଟିଏ ବାଉଁଶ ଠେଙ୍ଗା ଏବଂ ଗୋଟିଏ ମୋବାଇଲ ପୋଲିସ ଜବତ କରିଛି ।

Leave A Reply

Your email address will not be published.