କ୍ରମାଗତ ଭାବେ ବିଗତ ୫ ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା ୫.୨ ଲକ୍ଷରେ ପହଞ୍ଚିଛି

ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରକୁ ଅତିକ୍ରମ କରିଛି । ଗତ ୫ ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଆସୁଥିବା ନୂଆ ପଜିଟିଭ୍ ମାମଲାଠାରୁ ଅଧିକ ରହୁଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୧୫୭ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ୪୭,୬୩୮ ରହିଛି ।
ଗତ ୫ ସପ୍ତାହ ଧରି ଦୈନିକ ପଜିଟିଭ୍ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଦୈନିକ ୭୩ ହଜାରରୁ ଅଧିକ ପଜିଟିଭ୍ ମାମଲା ଆସୁଥିବା ବେଳେ ଏବେ ଦୈନିକ ହାରାହାରି ପଜିଟିଭ୍ ମାମଲା ୪୬ ହଜାରକୁ ହ୍ରାସ ପାଇଛି ।
ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ସକ୍ରିୟ ମାମଲାର ସଂଖ୍ୟା ରହିଛି ୫,୨୦,୭୭୩ । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୬.୧୯% ରହିଛି ସକ୍ରିୟ ମାମଲା ।
ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଫଳସ୍ୱରୂପ କରୋନା ସକ୍ରିୟ ମାମଲା ହ୍ରାସ ପାଉଛି । ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୭,୬୫,୯୬୬ରେ ପହଞ୍ଚିଛି । ସୁସ୍ଥଙ୍କ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୨.୫ଲକ୍ଷ (୭୨,୪୫,୧୯୩) ପାଖାପାଖି ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଇତି ମଧ୍ୟରେ ୯୨.୩୨%କୁ ବୃଦ୍ଧି ପାଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରେ ୮୦% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭ୍ ମାମଲାରୁ ୭୯% ଆସିଛି ୧୦ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ଏହା ପଛକୁ କେରଳରୁ ୯ ହଜାରରୁ ଅଧିକ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୦ ମୃତ୍ୟୁ ହୋଇଛି ।
ଏଥିରୁ ପ୍ରାୟ ୮୬% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ନୂଆ ମୃତ୍ୟୁ ମାମଲାରୁ ୩୮% ମହାରାଷ୍ଟ୍ର (୨୫୬ ମୃତ୍ୟୁ)ରେ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୬୬ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.