ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ଟପ୍ପର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ୮୯.୨ ପ୍ରତିଶତ ମାର୍କ ରଖି ଟପ୍ପର ହେବା ସହ ଟିଟିଲାଗଡ଼ ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ଯୋଗଦାନ କରିଛନ୍ତି ଶୋଭିତ । ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍‌ ସ୍କୁଲରେ ଅଧ୍ୟୟନ କରିଥିବା ଶୋଭିତ କୋଟାରେ ପ୍ରସ୍ତୁତି କରୁଥିଲେ । ଦିନକୁ ଆଠରୁ ନଅ ଘଂଟା ପରିଶ୍ରମ କରି ଏହି ସଫଳତା ହାସଲ୍‌ କରିବାରେ ଶୋଭିତ ସଫଳ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଶୋଭିତଙ୍କ ପିତା ସଲିଲ କୁମାର ପଟେଲ, ମାତା ବାସନ୍ତୀ ଚୌଧୁରୀ ଓ ବଡ଼ଭାଇ ସୁମିତ ପଟେଲ ଶୋଭିତଙ୍କ ସଫଳତାରେ ବିଶେଷ ଆନନ୍ଦିତ ହୋଇଥିବା ବେଳେ ଏହି ସଫଳତା ପାଇଁ ଶୋଭିତ ଭଗବାନଙ୍କୁ ତଥା ପିତାମାତା ତଥା ଗୁରୁଜନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ତେବେ ସମୁଦାୟ ୫୦୦ ମାର୍କରୁ ୪୪୬ ମାର୍କ ରଖି ସେ ଏହି ଗୌରବାନ୍ୱିତ ସଫଳତା ହାସଲ୍‌ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.