pakka

ବିସିଜି ଟୀକା କ’ଣ ବଂଚାଇ ପାରିବ କରୋନା ଭାଇରସ୍‌ରୁ ?

ଲଣ୍ଡନ : ବ୍ରିଟେନ୍‌ର ବୈଜ୍ଞାନିକମାନେ ଏକ ପରୀକ୍ଷଣ ଆରମ୍ଭ କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ବିସିଜି ଭେକ୍‌ସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କ ଜୀବନ ବଂଚା ଯାଇ ପାରିବ । ‘ୟୁନିଭର୍‌ସିଟି ଅଫ୍‌ ଏକ୍‌ସେଟର’ରେ ଚାଲିଥିବା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ଭେକ୍‌ସିନ୍‌ ୧୯୨୧ରେ ବିକଶିତ ହୋଇଥିଲା । ଯକ୍ଷ୍ମା ରୋଗର ପ୍ରତିରୋଧ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଏଭଳି ପ୍ରମାଣ ମିଳୁଛି ଯେ, ଏହାଦ୍ୱାରା ଅନ୍ୟ ସଂକ୍ରାମକ ରୋଗଠାରୁ ମଧ୍ୟ ରକ୍ଷା ମିଳିବାର କ୍ଷମତା ରହିଛି । ତେବେ ଲକ୍ଷ ଲକ୍ଷ ଲୋକ ଯଦିବି ପିଲାଦିନେ ଏହି ଟୀକା ଗ୍ରହଣ କରିଛନ୍ତି, ତଥାପି ପୁଣି ଥରେ ଏହା ଗ୍ରହଣ କରିବାର ଆବଶ୍ୟକତା ପଡ଼ିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଟୀକାକୁ ଏଭଳି ଭାବରେ ତିଆରି କରାଯାଇଛି, ଯାହାଫଳରେ ଶରୀରରେ ଇମ୍ୟୁନ୍‌ ସିଷ୍ଟମ ବା ପ୍ରତିରୋଧ କ୍ଷମତାକୁ ଏକ ଖାସ୍‌ ସଂକ୍ରମଣରୁ ରକ୍ଷା କରିବାକୁ ପ୍ରସ୍ତୁତି ଜାରି ରଖେ । ବୈଜ୍ଞାନିକମାନେ ଉପଲବ୍ôଧ କରିଛନ୍ତି ଯେ, କରୋନା ପ୍ରତିରୋଧ କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବୀ ହୋଇପାରେ ।

Leave A Reply

Your email address will not be published.

five + 13 =