ଶରୀରରେ ଆୟୋଡିନ୍‌ ଅଭାବର ସମସ୍ୟା ଓ ସମାଧାନ

ଶରୀରରେ ପ୍ରତ୍ୟେକ ଉପାଦାନର ସନ୍ତୁଳିତ ପରିମାଣ ଆପଣଙ୍କୁ ଫିଟ୍ ରଖେ ଏବଂ ଆପଣ ଏହା‌ଦ୍ୱାରା ରୋଗ ସଂକ୍ରମଣରୁ ମଧ୍ୟ ସୁରକ୍ଷିତ ରୁହନ୍ତି । ଏହିପରି ଗୋଟିଏ ଉପାଦାନ ହେଉଛି ଆୟୋଡିନ୍ । ଖାଦ୍ୟରେ ଏହାର ସନ୍ତୁଳିତ ପରିମାଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆୟୋଡିନ୍ ଅଭାବ ହେତୁ ହେଉଥିବା ରୋଗ ମଧ୍ୟରୁ ଗୋଟିଏ ହେଉଛି ଥାଇରଏଡ୍ ହରମୋନର ଅଭାବ । ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିକୁ ଭଲ କାମ କରିବାରେ ସାହାଯ୍ୟ କରେ । ଆୟୋଡିନ୍ ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ ଏବଂ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆୟୋଡିନର ସର୍ବୋତ୍ତମ ଉତ୍ସ ହେଉଛି ଲୁଣ । ଆସନ୍ତୁ ଜାଣିବା କିଛି ବିଶେଷ କଥା ଆୟୋଡିନ୍ ବାବଦରେ ।

ଶରୀରରେ ଆୟୋଡିନ୍ ଅଭାବ ହେଲେ ଏସବୁ ଲକ୍ଷଣ ଦେଖାଦିଏ । ବେକ ଫୁଲିଯିବା, ହଠାତ୍ ଓଜନ ବୃଦ୍ଧି ହେବା, ଦୁର୍ବଳତା କିମ୍ବା ଥକାପଣ ଅନୁଭବ ହେବା, କେଶ ଉପୁଡିବା କିମ୍ବା ହ୍ରାସ ହେବା, ସ୍ମୃତି ଦୁର୍ବଳ ହେବା, ଗର୍ଭଧାରଣ ଜଟିଳତା, ମାସିକ ଅନିୟମିତତା ଆଦି ।

ଆୟୋଡିନ୍ ଅଭାବକୁ ଦୂର କରିବା ପାଇଁ କେଉଁସବୁ ଜିନିଷଗୁଡିକ ଗ୍ରହଣ କରିବା ଆବଶ୍ୟକ, ସେ ସଂପର୍କରେ ଜାଣିବା ଆସନ୍ତୁ । ଆୟୋଡାଇଜଡ୍ ଲୁଣ, ଆଳୁ, ବ୍ରାଉନ୍ ରାଇସ୍, ରସୁଣ, ମାଛ, ଅଣ୍ଡା, କଦଳୀ ଆଦି ଗ୍ରହଣ କଲେ ଆୟୋଡିନ୍ ଅଭାବକୁ ଦୂର ହୁଏ ।

ତେବେ ଆୟୋଡିନ୍ ଅଭାବକୁ ଦୂର କରିବା ପାଇଁ କୌଣସି ପଦକ୍ଷେପ ନେବା ପୂର୍ବରୁ ଡାକ୍ତର‌ଙ୍କ ପରାମର୍ଶ ନିହାତି ନେବା ଆବଶ୍ୟକ ।

Leave A Reply

Your email address will not be published.