କଂଟାବାଂଜି ପୋଷ୍ଟାଲ ଏଜେଂଟଙ୍କ ଦ୍ୱାରା ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

କଂଟାବାଂଜି, (ମନିଶ କୁମାର ହଂସ) : ସାରା ଭାରତବର୍ଷରେ ପୋଷ୍ଟାଲ୍‌ ବିଭାଗ ଦ୍ୱାରା ଶୁକ୍ରବାର ଦିନ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ କଂଟାବାଂଜି ପୋଷ୍ଟାଲ ବିଭାଗ ଅଧୀନରେ ଥିବା ପୋଷ୍ଟାଲ ଏଜେଂଟମାନେ ମଧ୍ୟ ସାମିଲ୍‌ ହୋଇ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ବାହାର କରି ଜନସାଧାରଣଙ୍କୁ ସଂଚୟ ଉପରେ ସଚେତନତା ବାର୍ତା ଦେଇଛନ୍ତି । ଏପରିକି କି ସଂଚୟ ହିଁ ଆଗାମୀ ଦିନର ସଂପତି ବୋଲି ଡାକ ବାଜି ଯନ୍ତ୍ର ଦ୍ୱାରା ସଂଚୟ ରଥରେ ସୂଚନା ଦେଇଛନ୍ତି । ପୋଷ୍ଟ ଅଫିସ ଜରିଆରେ ବିଭିନ୍ନ ଯୋଜନାରେ ସଂଚୟ କରିବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି ।

Leave A Reply

Your email address will not be published.