ରିୟାଙ୍କ ମୁହଁରୁ ବାହାରିଲା ସତ : ଥାଇଲାଣ୍ଡ ଟ୍ରିପ୍‌ରେ ସାରା ବି ଯାଇଥିଲେ

ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତୀଙ୍କ ମୁହଁରୁ ସତ ବାହାରିଥିବା ବେଳେ ଡ୍ରଗ୍ସ ମାମଲାରେ ଯାହାଙ୍କ ନାଁ ନେଇଛନ୍ତି ସେ ହେଲେ ସାରା ଅଲି ଖାନ । ଯାହାଙ୍କ ଜନ୍ମଗତ ସଂପର୍କ ରହିଛି ନବାବ ପରିବାର ସହ । ଛୋଟେ ନବାବ ଏବଂ ଅଭିନେତା ସୈଫ୍‌ ଅଲି ଖାନ୍‌ ଏବଂ ଅମୃତା ସିଂହର ଝିଅ । ସାରା ଏବେ ରିୟାଙ୍କ ସହ ଡ୍ରଗ୍ସ ଖେଳ ଖେଳିବାର ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ସାରାଙ୍କ ଫିଲ୍ମି କେରିଅର୍‌ ସୁଶାନ୍ତ ସିଂହ ରାଜପୁତଙ୍କ ସହ ‘କେଦାରନାଥ’ରୁ ଆରମ୍ଭ ହୋଇଥିଲା । ୨୦୧୮ର ବିଷୟ, ଯେତେବେଳେ ସୁଶାନ୍ତଙ୍କ ସହ ସାରାଙ୍କ ଫିଲ୍ମ କେଦାରନାଥ ଚଳଚ୍ଚିତ୍ର ପର୍ଦ୍ଦାକୁ ଆସିଥିଲେ ଏବଂ ମାତ୍ର ୨ ବର୍ଷ ମଧ୍ୟରେ ସାରା ଅଲି ଖାନ୍‌ଙ୍କ ନାଁ ସୁଶାନ୍ତ ସିଂ ରାଜ୍‌ପୁତଙ୍କ ଘନିଷ୍ଠ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାହାଣୀରେ ସାମିଲ ହୋଇଗଲା । ତେବେ ରିୟା ପ୍ରକାଶ କରିଛନ୍ତି ଯେ, ଥାଇଲାଣ୍ଡ ଟ୍ରିପ୍‌ରେ ସାରା ବି ଯାଇଥିଲେ, ଯେଉଁଥିରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

Leave A Reply

Your email address will not be published.