‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌’ : ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଗୁହାରୀ

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ବେଶ୍‌ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ସେ ଅଭିଯୋଗ ଆଣିଥିବା ବେଳେ ଋଚା ଚଡ଼୍‌ଢ଼ାଙ୍କ ସହ ନିଜର କେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ପାୟଲ ଘୋଷ ଏବେ ପିଏମ୍‌ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ୍‌ କରି ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଖା ଶର୍ମାଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଛନ୍ତି ଏବଂ କହିଛନ୍ତି ଯେ, ମତେ ମାଫିଆ ଗ୍ୟାଙ୍ଗ୍‌ ମାରି ପକାଇବେ । ଏହାପୂର୍ବରୁ ଅଭିନେତ୍ରୀ କଙ୍ଗନା ମଧ୍ୟ ବଲିଉଡ଼୍‌ର ମାଫିଆ ଗ୍ୟାଙ୍ଗ୍‌କୁ ନେଇ ଟ୍ୱିଟ୍‌ସ୍‌ କରି ସାରିଛନ୍ତି । ତେବେ ପାୟଲ ଲେଖିଛନ୍ତି ଯେ, ‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌ ଓ ରେଖା ଶର୍ମା ମେମ୍‌ ଏବଂ ମୋର ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଅନ୍ୟକିଛି ବୋଲି କରିଦେବେ ।’

Leave A Reply

Your email address will not be published.