ଜୁଆ ଖେଳ ଚଢାଉ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ବାଦୀକଟା ଗ୍ରାମରେ ଚାଲିଥିବା ତାସ ଜୁଆଖେଳ ଉପରେ ପୋଲିସ ଚଢାଉ କରି ୩ ଜଣ ଖେଳାଳୀଙ୍‌ଙ୍କୁ ଗିରଫ କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବାଦୀକଟା ଗ୍ରାମର ମୁରଳୀ ଖମାରୀ, ଲୋକନାଥ(ଅମୃତ) ସାହୁ, ଭଗବାନ ବେହେରା ଏକ ନିଛାଟିଆ ସ୍ଥାନରେ ତାସ ମାଧ୍ୟମରେ ଜୁଆ ଖେଳୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ପହଂଚି ତାଙ୍କୁ କାବୁ କରିଥିଲେ । ତାଙ୍କ ଠାରୁ ୫୨ ଗୋଟି ତାସ,୨ଟି ମୋବାଇଲ, ନଗଦ ୩୪୩୦ ଟଙ୍କା ଜବତ କରିଥିଲେ । ତାଙ୍କ ବିରୁଦ୍ଧରେ ଥାନା କେଶ ନଂ ୧୩୫/୨୦, ଦଫା ୩ ଓପିଜି.ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । ଥାନା ଅଧିକାରୀ ଏଲ.ଏଲ.ବାର୍ଲା, ଏ.ଏସ.ଆଇ ସତ୍ୟାନନ୍ଦ ଭୋଏ ଓ ଅନ୍ୟମାନେ ଚଢାଉରେ ସାମିଲ ଥିଲେ। କେଶର ତଦନ୍ତ ଏଏସଆଇ ସତ୍ୟାନନ୍ଦ ଭୋଏ କରୁଛନ୍ତି ।

Leave A Reply

Your email address will not be published.