ପପ୍‌-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ

ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍‌-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍‌-ଜି ବନ୍ଦ ହେବାର ଦ୍ୱିତୀୟ ଦିନରେ ବଲିଉଡର ଖିଲାଡ଼ୀ କୁମାର ଅର୍ଥାତ୍ ଅକ୍ଷୟ କୁମାର ଗେମର୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଅକ୍ଷୟ ପପ୍‌-ଜିର ବିକଳ୍ପ ଭାବରେ ଫାଉ-ଜି (ୠରବକ୍ସକ୍ଷରଗ୍ଦଗ୍ଦ ଇଦ୍ଭୟ ଟଦ୍ଭସଗ୍ଧରୟ-ଏଙ୍କବକ୍ସୟଗ୍ଦ ) ଲଞ୍ଚ୍ କରିବାକୁ ଯାଉଛନ୍ତି । ଫାଉ-ଜି ଏକ ମଲ୍ଟିପ୍ଲେୟର ଆକ୍ସନ ଗେମ୍ ହେବ ଏବଂ ଅକ୍ଷୟ କୁମାରଙ୍କ ମେଣ୍ଟରସିପରେ ଏହା ଲଞ୍ଚ୍ ହେବ । ଏହି ଆପ୍ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହେବ ଏବଂ ଏହାର ରୋଜଗାରର ୨୦ ପ୍ରତିଶତ ‘ଭାରତ କେ ବୀର ଟ୍ରଷ୍ଟ’କୁ ଯିବ । ସୂଚନାଯୋଗ୍ୟ ‘ଭାରତ କେ ବୀର ଟ୍ରଷ୍ଟ’ ଭାରତର ଯବାନଙ୍କୁ ସମର୍ଥନ କରୁଛି । ଉକ୍ତ ଆପକୁ ନେଇ ଅକ୍ଷୟ କୁମାର କହିଛନ୍ତି କି ଯୁବପିଢୀ ପାଇଁ ଏଭଳି ଗେମ୍ ଏଣ୍ଟରଟେନମେଣ୍ଟର ଏକ ଅଂଶ ହୋଇଗଲାଣି । ତେଣୁ ଏହି ଗେମ ମାଧ୍ୟମରେ ସେମାନେ ଯବାନଙ୍କ ବଳିଦାନ ବିଷୟରେ ଜାଣିପାରିବେ । ଏହି ଆପକୁ ଆସନ୍ତା ଅକ୍ଟୋବରରେ ଲଞ୍ଚ କରିବାକୁ ପସ୍ତୁତି ଜାରି ରହିଛି । ଏହାକୁ ଉଭୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ପ୍ଲେ ଷ୍ଟୋରରେ ଲଞ୍ଚ୍ କରାଯିବ । ସୂଚନାଯୋଗ୍ୟ ଲୁଡୋ ଅଲ ଷ୍ଟାର ଏବଂ ଓ୍ୱର୍ଲଡ ଲୁଡୋ ସୁପରଷ୍ଟାର ମଧ୍ୟ ବ୍ୟାନ ହୋଇଥିବା ଆପ୍ସ ଲିଷ୍ଟରେ ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଗଲଓ୍ୱାନ ଘାଟୀରେ ସୀମା ବିବାଦ ପରେ ୧୦୬ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ଜଣାଶୁଣା ଆପ ଟିକଟକ ମଧ୍ୟ ସାମିଲ ଥିଲା । ଏପର୍ୟ୍ୟନ୍ତ ଚୀନର ୨୨୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗା ସରିଛି।

Leave A Reply

Your email address will not be published.