ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଉଦ୍ୟାନ ବିଭାଗ କାର୍ୟ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉଦ୍ୟାନ ବିଭାଗର କାର୍ୟ୍ୟାଳୟ ପରିସର ଏବେ ନିଶାଖୋର ବ୍ୟକ୍ତିମାନଙ୍କ ଆଡ୍ଡା ପାଲଟିଛି । ନିର୍ମାଣ କାମ ସାରିବାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ ଯେତେବେଳେ ଗଲେ କାର୍ୟ୍ୟାଳୟରେ ତାଲା ପଡିଛି । ଏହି କାର୍ୟ୍ୟାଳୟ ଡୁଡୁକା ଓ ଫାସଡ ମଝିରେ ଥିବା ଏକ ନିଛାଟିଆ ସ୍ଥାନରେ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ସନ୍ଧ୍ୟା ହେଲେ ନିର୍ଭୟରେ ଆଡ୍ଡା ଜମାଉଛନ୍ତି । କାର୍ୟ୍ୟାଳୟର ଯେଉଁଆଡେ ଦେଖିଲେ ଖାଲି କେତେ ପ୍ରକାରର ମଦ ଜରି, ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଗୁଡିକ ପଡିଛି । କାର୍ୟ୍ୟାଳୟରେ ତାଲା ଝୁଲୁଥିବାରୁ ଅନେକ ଦୂରରୁ ଆସୁଥିବା ଚାଷୀଭାଇମାନେ ନିରାଶ ହୋଇ ଫେରିଯାଉଛନ୍ତି । ଏଥିସହିତ ବ୍ଲକ ଉଦ୍ୟାନ ବିଭାଗରେ କେତେ ଜଣ କର୍ମଚାରୀ କାମ କରୁଛନ୍ତି, ସେ ସଂପର୍କରେ ମଧ୍ୟ ଜନସାଧାରଣ ଜାଣିପାରୁ ନାହାନ୍ତି ।

Leave A Reply

Your email address will not be published.