ସଇଁନ୍ତଳାରେ ବସ୍ତା ପିଛା ୬୦୦ଟଙ୍କା ଘଟଣା : ତଦନ୍ତ ବଦଳେ ବିଭାଗୀୟ ଅଧିକାରୀ ଚୁପ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଟିକ୍ରାପଡା, କରମତଲା, ସଇଁନ୍ତଳା, ଶିଷକେଲା, ବେଲଗାଁ, କୁମ୍ଭାରୀ, ଛନଛଡା ଭଳି ଅନେକ ସ୍ଥାନରେ ସାର କଲାବଜାର ହେଉଥିବା ଅଭିଯୋଗ ଏନେଇ ଗତ ୨/୯ଦିନ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତଦନ୍ତ ବଦଳରେ ଚୁପ ରହୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ସୂଚନାଯୋଗ୍ୟ ଯେ ସରକାରଙ୍କ ଦ୍ଵାରା ସମବାୟ ସମିତିଙ୍କୁ ୟୁରିଆ ସାର ଯୋଗାଇ ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ଚାଷୀଙ୍କୁ ଠିକ ଭାବରେ ମିଳୁନ ଥିବା ନଥିବା ଅଭିଯୋଗ ହୋଇଛି । ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୟୁରିଆ ସାର ମିଳୁ ନ ଥିବା ବେଳେ କେତେକ ଆସାଧୁ ଡିଲରମାନେ ୫୫୦ ରୁ ୬୦୦ଟଙ୍କା ମଧ୍ୟରେ ବସ୍ତା ପିଛା ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ତେବେ ସରକାରୀ ମୁଲ୍ୟରେ ୨୬୬.୫୦ ପଇସା ଥିବା ବେଳେ ଚଢା ଦରରେ ବିକ୍ରି କରାଯାଉଛି । ସଇଁନ୍ତଳା ବ୍ଳକର ଅନେକ ସମବାୟ ସମିତିକୁ ସାର ଯୋଗାଇ ଦିଆଯାଇଥିବା ବେଳେ ସରକାରୀ ଦରରେ ବିକ୍ରି କରା ଯିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ବୁଡ଼ାବାହାଲ, ଟିକ୍ରାପଡା ଭଳି ଅନେକ ସମବାୟ ସମିତିରେ ୩୦୦ଟଙ୍କା ଚଢା ଦରରେ ବିକ୍ରି ହୋଇଛି । ଅନ୍ୟପକ୍ଷରେ ସମବାୟ ସମ୍ପାଦକମାନେ ନିଜ ନିଜ ଲୋକଙ୍କୁ ସାର ଯୋଗାଉ ଥିବା ବେଳେ ଚାଷୀଙ୍କୁ ଆଵଶ୍ୟକତା ଅନୁଯାୟୀ ସାର ମିଳୁନ ଥିବା ଅଭିଯୋଗ ହୋଇଛି । ଅନେକ ଚାଷୀମାନଙ୍କୁ ୟୁରିଆ ସାର ମିଳୁନ ଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଟିଟିଲାଗଡ଼ କୃଷି ଅଧିକାରୀ ବାଳକୃଷ୍ଣ ଗୈ।ଡ଼ଙ୍କୁ ପଚାରିବାରୁ ତଦନ୍ତ କରାଯିବ ବୋଲି କହିଥିଲେ, ହେଲେ ଏବେ ତଦନ୍ତ ବଦଳେ ଚୁପ ଥିବା ନେଇ ଚାଷୀଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଛି ।ଯଦି ଆଗାମୀ ଦିନରେ ତଦନ୍ତ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.