jayashree

ବଙ୍ଗୋମୁଣ୍ଡାରେ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ, ବସ୍‌ ଚଳାଚଳ ଠପ୍‌

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ ଓ ଉପ-ସଭାପତି ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ ଡାକରା ପ୍ରଭାବ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ମଧ୍ୟ ପରିଲକ୍ଷିତ ହୋଇଥିଲା ବନ୍ଦ ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଫଳରେ ସାଧାରଣ ଜନଜୀବନ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା । ବନ୍ଦକୁ ସଫଳ କରିବା ପାଇଁ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଗୁରୁଚରଣ ବେହେରାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ବନ୍ଦକୁ ସମର୍ଥନ ବିଭିନ୍ନ ସଂଗଠନ ପକ୍ଷରୁ କର୍ମୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀମାନେ ବନ୍ଦକୁ ସଫଳ କରିବା ପାଇଁ ବ୍ୟବସାୟୀ ଓ ଯାନବାହନ ଚାଳକମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ବନ୍ଦକୁ ନେଇ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ମଧ୍ୟ ନଜର ରଖାଯାଇଥିଲା । ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରାଯାଇଛି । ରାଜ୍ୟର ଆର୍ଥିକ ଅଧିକାର, ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଓ ପିଲାମାନଙ୍କ ଭବିଷ୍ୟତ ଉପରେ ନିରନ୍ଧର ଆକ୍ରମଣ ଏବଂ ଚଳିତ ବର୍ଷର ବନ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉଦାସୀନତା ବିରୋଧ କରାଯାଇଛି । ଏମ୍‌ଏମ୍‌ଡିଆର ସଂଶୋସ୍ତ ଅଧ୍ୱନିୟମ ଆଇନ ରଦ୍ଧ କରିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପଦରୁ ଇସ୍ତଫା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବୀ ଇସ୍ତଫା ଓ ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଏହି ୪ ଦଫା ଦାବି କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ଚୁଲିଫୁଙ୍କା ପଞ୍ଚାୟତ ନାଏବ ସରପଞ୍ଚ ଟିରନ ଭରା ସଗରିଆ, ଭାଲୁମୁଣ୍ଡା ପୂର୍ବ ସମିତି ସଭ୍ୟ କେଶବ ମେହେର, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଶୀ, ବିଜୟ ଜୈନ, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସରିତା ଶର୍ମା, ଜତୀନ୍ଦ୍ର ପୁଟେଲ, ଶ୍ରୀକର ମାଝୀ, ବ୍ରଜେଶ ଖମାରୀ, ଯୁବନେତା ସୁଶାନ୍ତ ବେହେରା, ପ୍ରଭୁଲାଲ ବେହେରା, ସୁନୀଲ ବେହେରା, ଅମର ଯୁଗନିଆ, ରମେଶ ପୋଡ଼, ଗଣେଶ ସାହୁ, ଯୁଗଳ ନାଗ, ରଘୁରାମ ସାହୁ, ପୂର୍ବ କପିଲାଭଟା ସମିତି ସଭ୍ୟ ମଧୁସୂଦନ ସାହୁ, ଉତ୍ତର ତାଣ୍ଡି, ଦେବରାଜ ମହାନନ୍ଦ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ । ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ଭାଲୁମୁଣ୍ଡା ଓ ସିନ୍ଧେକେଲା ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

Leave A Reply

Your email address will not be published.