ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଶିକ୍ଷକ ଅଚ୍ୟୁତ ଦାଶ, ବିପିନ ବିଶ୍ୱାଳ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମିତା ପାଢ଼ୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.