pakka

କିଡନୀ ରୋଗ ପ୍ରଭାବିତ ଚନ୍ଦ୍ରଶେଖରପୁର ଗାଁରେ ଆଶାର କିରଣ : ବାଦାନ୍ୟଙ୍କ ସହାୟତାରେ ଲାଗିଲା କମ୍ୟୁନିଟି ଅକ୍ୱାଗାର୍ଡ

bbehera
  • ପ୍ରଶାସନର ପ୍ରତିଶ୍ରୁତି ସାବ୍ୟସ୍ତ ହେଲା ଧୂଆଁବାଣ
    ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସବୁଠାରୁ ଅଧିକ କିଡନୀ ରୋଗ ପ୍ରଭାବିତ ଗ୍ରାମ ମଧ୍ୟରୁ ଅନ୍ୟତମ ଗ୍ରାମ ଭାବେ ଜଣାଶୁଣା ଚନ୍ଦ୍ରଶେଖର ପୁର ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ବାଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରବିବାର ଏକ କମ୍ୟୁନିଟି ଅକ୍ୱାଗାର୍ଡ ଲଗିବା ସମ୍ଭବପର ହୋଇପାରିଛି । ଫଳରେ ଉପାୟଶୂନ୍ୟ ହୋଇ ନିଶ୍ଚିହ୍ନ ହୋଇଯିବା ଆଶଙ୍କାରେ ଦିନ ଗଣୁଥିବା ଗ୍ରାମବାସୀଙ୍କ ମନରେ ବଞ୍ଚିବାର ନୂତନ ଆଶା ଉଜ୍ଜୀବିତ ହୋଇଛି । ପ୍ରକାଶ ଥାଉକି ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବସବାସ କରୁଥିବା ୨୨ଟି ପରିବାର ମଧ୍ୟରୁ ଗତ ୨ବର୍ଷରେ ୧୨ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ସମ୍ପ୍ରତି ୨୧ଜଣ ପୀଡିତ ଚିକିତ୍ସାଧିନ ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏହାର ପ୍ରତିକାର ନିମନ୍ତେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ଏହି ଗ୍ରାମରେ କମ୍ୟୁନିଟି ଅକ୍ୱାଗାର୍ଡ ଲଗାଯିବ କହିକହି ଦିନ ପରେ ଦିନ ଗଡି ଚାଲିଲଶ ସିନା କୌଣସି ସୁଫଳ ମିଳିନଥିଲା । ଫଳରେ ନିରୁପାୟ ଗ୍ରାମବାସୀ ଶେଷରେ ସ୍ଥାନୀୟ ସମାଜସେବୀ ତଥା ହରଭଙ୍ଗା କିଡନୀ ପ୍ରପୀଡ଼ିତ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳଙ୍କ ସହାୟତା ଲୋଡିଥିଲେ । ବିକାଶଙ୍କ ପରାମର୍ଶ ଅନୁଯାଇ ଗ୍ରାମବାସୀମାନେ ନିଜର ସକ୍ଷମନୁଯାଇ ୩ହଜାର ୫ଶହ ଟଙ୍କା ଯୋଗାଡ କରିଥିଲେ । ବକେୟା ଅର୍ଥ ନିଜେ ବହନକରି ଇଂ ମହାକୁଳ ୫୮ହଜାର ୯ଶହ ଟଙ୍କା ବ୍ୟୟରେ ଏକ କମ୍ୟୁନିଟି ଅକ୍ୱାଗାର୍ଡ କ୍ରୟକରି ଗାଁରେ ଲଗାଇଥିବା ଜଣାଯାଇଛି । ଏଥିରେ ଗାଁର ଛୋଟ ବଡ ମିଶି ୧୫୦ ଲୋକ ସଂଖ୍ୟା ପାଇଁ ଦୈନିକ ପାଖାପାଖି ହାରାହାରି ୭ଶହ ୫୦ ଲିଟର ପାଣିର ଆବଶ୍ୟକତା ପୂର୍ତ୍ତି କରିପାରିବାର କ୍ଷମତା ରହିଛି ବୋଲି କୁହାଯାଇଛି । ଏଥି ସହିତ ଏକ ପାଣି ପମ୍ପ, ଓଭର ହେଡ ଟାଙ୍କି ଏବଂ ଆରୋ ୱାଟର ପ୍ଲାଣ୍ଟ ବସାଯାଇ ଗ୍ରାମର ସମସ୍ତ ଲୋକେ ଯେମିତି ବିଶୁଦ୍ଧ ସ୍ଵଛ ପାଣି ପିଇବା ପାଇଁ ପାଇ ପାରିବେ ତେଣୁ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଏହିଭଳି ଭାବେ ପର୍ୟ୍ୟାୟ କ୍ରମେ ବ୍ଲକର ଆହୁରି ରହିଥିବା ୨୨ ଗୋଟି କିଡ଼ନୀ ପ୍ରପୀଡ଼ିତ ଗାଁ ମାନଙ୍କରେ ମଧ୍ୟ ବାଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହିଭଳିି ଭାବେ କମ୍ୟୁନିଟି ଆରଓ ପ୍ଲାଣ୍ଟ ଲଗାଯିବ ବୋଲି ବିକାଶ ମହାକୁଳ କହିଛନ୍ତି । କିଡନୀ ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ଶ୍ରୀ ମହାକୁଳଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।
jay balangir
Leave A Reply

Your email address will not be published.

16 + one =