ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଏକ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୁପେ ବ୍ଲକ୍ ସଭାପତି ଛିନୁ ଟାକ୍ରି, ମୁଖ୍ୟ ବକ୍ତା ରୁପେ ବ୍ଲକ୍ ସମ୍ପାଦକ ମୋହନ ସୁନା, ସମ୍ମାନୀତ ଅତିଥି ରୂପେ କୋଷାଧ୍ୟକ୍ଷ ତପିନ୍ଦ୍ର ସୁନା, ସୁମନ୍ତ ତନ୍ଦି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଯମୁନାପାଲି ଗାଁର ଦିଲିପ କୁଅଁର, ତାଙ୍କ ସ୍ତ୍ରୀ ମହିମା ମହାନନ୍ଦ, ପୁଅ ମନୋଜ, ସରୋଜ, ଦିଲେଶ୍ୱରି ଓ ବୃଦ୍ଧା ରମ୍ଭା କୁଅଁର ମୋଟ ଛଅ ଜଣ ରୀତି ନୀତି ଅନୁସାରେ ଖ୍ରୀଷ୍ଟ ଧର୍ମରୁ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସମସ୍ତ ପରିବାରକୁ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟା ମହାନନ୍ଦ, ଦୁର୍ଯ୍ୟୋଧନ କୁମ୍ଭାର, ନୂତନ ସୁନା, ନୃପ ମହାନନ୍ଦ, ତୀର୍ଥ କୁମ୍ଭାର, ଅଳ୍ପ ସିଂ ପ୍ରମୁଖ ଲକ୍ଷେ ଘର ଗଣ୍ଡା ସମାଜର ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.