ପୂର୍ବାଞ୍ଚଳ କରାଟେରେ ବଲାଙ୍ଗିର ଜିଲ୍ଲାର ସଫଳତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ଚାଲିଥିବା ଦ୍ୱିତୀୟ ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା ୨୦୨୨ରେ ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ତମନ୍ନା ମେହେର ୧୧ବର୍ଷ(-୩୦କେଜି) କୁମିତିରେ ସ୍ୱର୍ଣ୍ଣ ଏବଂ ମୋନାଲିସା ବାରିକ ୧୩ବର୍ଷ(-୪୫କେଜି) ବିଭାଗରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ପୂର୍ବ ଭାରତ କରାଟେ ସଂଘ ସଭାପତି ହାନସି ପ୍ରେମଜିତ ସେନ୍‌, ପୂର୍ବ ଭାରତ କରାଟେ ସଂଘ ସାଧାରଣ ସମ୍ପାଦକ ସିହାନ ପଙ୍ଗଜ କାମ୍ବଲି, ପୂର୍ବ ଭାରତ କରାଟେ ସଂଘ ବୈଷୟିକ ନିର୍ଦ୍ଦେଶକ ହାନସି ଡ. ହରିପ୍ରଶାଦ ପଟ୍ଟନାୟକ, ଓଡିଶା ରାଜ୍ୟ କରାଟେ ସଂଘର ଉପସଭାପତି ସନତ ନାୟକ ଏବଂ ସାଧାରଣ ସମ୍ପାଦକ ଗୌରି ମହାନ୍ତି ପ୍ରମୁଖ ଉପସ୍ଥିତ ରହି କୃତିପ୍ରତିଯୋଗୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କୃତିତ୍ୱରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଭାପତି ବଳରାମ ସିଂ ଯାଦବ, ବରିଷ୍ଠ ପ୍ରଶିକ୍ଷକ ମାନୁଏଲ ନାଗ, ଉପସଭାପତି ସୁରେଶ ଚନ୍ଦ୍ର ଜାଲ, କୋଷାଧ୍ୟକ୍ଷ ସରୋଜକାନ୍ତ ବେହେରା ଅଭିନନ୍ଦନ ଜଣାଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ସମ୍ପାଦକ ହୃଦୟ ଶବର ଓ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠଙ୍କ ତତ୍ୱାବଧାନରେ ଖେଳାଳୀମାନେ ଭୂବନେଶ୍ୱରକୁ ଗସ୍ତ କରିଥିଲେ ।

Leave A Reply

Your email address will not be published.