csstore

ଚାଷୀନେତା ସ୍ୱର୍ଗତ ଡା. ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

  • ଚାଷୀଙ୍କ ଅର୍ଥେ କାମ କରିପାରିଲେ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡା. ସୁଧିର ପରିଚ୍ଛା ଥିଲେ ଏକ ମହାନ ଚାଷୀନେତା । କେବଳ ଆମ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟର କୃଷକଙ୍କର ସ୍ୱାର୍ଥ ପାଇଁ ସେ ଲଢୁଥିଲେ । ତାଙ୍କ ଭଳିଆ ଅଦମ୍ୟ ସାହାସି ଚାଷୀ ନେତା ବହୁତ କମ୍‌ ଦେଖାଯାଆନ୍ତି । ଅତୀତରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ କରି ସେ ହସି ହସି ଜେଲ ଯାଇଥିଲେ । ଆଜି ତାଙ୍କର ମୃତ୍ୟୁର ଏକ ବର୍ଷ ପୂର୍ତ୍ତି ହୋଇଛି, ତାଙ୍କର ଏହି ଶ୍ରାଦ୍ଧବାର୍ଷିକୀ ତାଙ୍କର ପୂର୍ଣ୍ଣାବୟବ ମୂର୍ତ୍ତି ଅନାବରଣ କଲା ବେଳେ ତାଙ୍କର ନେତୃତ୍ୱରେ ହୋଇଥିବ ପତ୍ୟେକଟି ଚାଷୀ ଆନ୍ଦୋଳନ ମନେ ପଡିଯାଉଛି । ତାଙ୍କର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଯଦି ଆମେ ଅଂଚଳର କୃଷକମାନଙ୍କ ପାଇଁ ଲଢେଇ ଜାରି ରଖି ପାରିବା ତେବେ ତାହା ହିଁ ହେବ ଡ. ପରିଚ୍ଛାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବିଡିଘାଟ ପଞ୍ଚାୟତ ସ୍ଥିତ ଜନକପୁରଠାରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କୁ କହିଛନ୍ତି । ଆଜି ଜନକପୁର ଠାରେ ଡ. ପରିଚ୍ଛାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା । ଚାଷୀ ନେତା ତଥା କୃଷକ ମହାସଂଘର ସଭାପତି ଜତି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଶ୍ରାଦ୍ଧ ବାର୍ଷିକୀ ସଭାରେ ଶ୍ରୀ ମିଶ୍ର ସ୍ୱର୍ଗତ ପରିଚ୍ଛାଙ୍କ ସ୍ମୃତି ଚାରଣ କରି ଉପସ୍ଥିତ ଥିବା ଚାଷୀ ଓ ଚାଷୀନେତାମାନଙ୍କୁ ସ୍ୱର୍ଗତ ପରିଚ୍ଛାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମା’ ମାଟି ସେବା କରନ୍ତୁ ବୋଲି କହିଥିଲେ । ତାଙ୍କ ସ୍ମୃତିଚାରଣ ସଭାରେ ପରିଚ୍ଛା ପରିବାର ତରଫରୁ ଚାଷୀନେତା ଚଗଲା ପରିଚ୍ଛା, ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଶିବତଲା ପୂର୍ବତନ ସରପଂଚ ବାଳକୃଷ୍ଣ ବେହେରା, ବିଶ୍ୱଜିତ ନାଥ, ରାଜ୍ୟ କିଶାନ କଂଗ୍ରେସ ସଭାପତି ସରୋଜ ରଥ, ବିଶ୍ୱଜିତ ନାଥ, ବିରେନ୍ଦ୍ର ରାଉତ, ପଂଚାନନ ବିଶି, ଗୋପ ମେହେର, କଳାକାହ୍ନୁ ବେହେରା, ମହେଶ୍ୱର ପଟେଲ, ସରୋଜ ଗୁରୁ, ଲଲିତ ପଟେଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ମେହେର, ଚୁଡାପାଲି ସରପଞ୍ଚ ଘାସିରାମ ବେହେରା, ଆଦିବାସୀ ନେତା ଲୋକନାଥ କୁମୁରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ । ସ୍ମୃତିଚାରଣ ସଭାରେ ଆଖ ପାଖ ଅଂଚଳର ଅନେକ କୃଷକ ମା’ ଭଉଣୀମାନେ ଉପସ୍ଥିତ ରହି ଡ. ସୁଧିର ପରିଚ୍ଛା ଅମର ରହେ ବୋଲି ନାରା ଦେବା ଯୋଗୁଁ ସଭା ସ୍ଥଳରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

jayashree
Leave A Reply

Your email address will not be published.