pakka

ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌରାଞ୍ଚଳ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣନଗରଠାରେ ପରିଷଦ ସଭାପତି ପରୀକ୍ଷିତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଉଦ୍‌ବୋଧନ ଦେଇ ଏହା ଦ୍ୱାରା ପଡାର ଏକତା, ସଂହତି, ଭାତୃତ୍ୱ ଭାବ ତଥା ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବୋଲି ମତ ପ୍ରକାଶ କରିଥିଲେ ଓ ମନ୍ଦିର ନିର୍ମାଣରେ ଯଥାବିଧି ସାହାଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କାଉନସିଲର ଅରବିନ୍ଦ ପରୁଆ ଯୋଗ ଦେଇଥିଲେ । ଭୂମିଦାତା ବସନ୍ତ ଷାଣ୍ଢ ଓ ଭାଇମାନଙ୍କୁ କମିଟି ତରଫରୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ଫୁଲମାଳ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । କର୍ତ୍ତା ରୂପେ ମୁଖ୍ୟ ଉପଦେଷ୍ଟା ବସନ୍ତ ମହାନ୍ତି କାର୍ଯ୍ୟ ତୁଲାଇଥିବା ବେଳେ ଉପଦେଷ୍ଟା ରାଧାକାନ୍ତ ସ୍ୱାଇଁ, ବାସୁଦେବ ମେହେର, ନବୀନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସମ୍ପାଦକ ଅନିଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ଭାଷ୍କର ସାହୁ, ଶିବ ଦାସ ଓ ସାଥୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଧାକୃଷ୍ଣ ନଗର ଉନ୍ନୟନ ପରିଷଦର କର୍ମକର୍ତ୍ତା ସୂର୍ଯ୍ୟ ପ୍ରକାଶ ମହାନ୍ତି, ପୁରୁଷୋତ୍ତମ ମେହେର, ସଞ୍ଜିବ ମେହେର ତଥା ପଡାବାସୀ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

14 − seven =