csstore

ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ସମାଜସେବୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କୋଦୋଭଟାଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଅଜିତ ଯୋଶୀ ଉପସ୍ଥିତ ରହି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦେଖାଯାଉଥିବା ୫ ଦଫା ଦାବୀ ଉପସ୍ଥାପନ କରିଥିଲେ । ରାସନ କାର୍ଡରୁ ବଂଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ, ଅଘୋଷିତ ବିଦ୍ୟୁତ କାଟ, ବନ ବିଭାଗର ଅନିୟମିତତା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ, ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ, ଅନ୍‌ଲାଇନ୍‌ ଭତ୍ତା ପ୍ରଦାନ ଯୋଗୁ ବୃଦ୍ଧ ବୁଦ୍ଧାଙ୍କୁ ହେଉଥିବା ଅସୁବିଧା ଶୀଘ୍ର ସମାଧାନ କରିବାକୁ ପ୍ରସାଶନଙ୍କୁ ଦୃଷ୍ଟି ଆକର୍ଷଣ କରିବେ । ଆଗାମୀ ଦିନରେ ଏହି ଦାବୀ ପୂରଣ ନହେଲେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସାମାଜସେବୀ ଅଜିତ ଯୋଶୀ ସୂଚନା ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୁସଲାଡ଼ ପଞ୍ଚାୟତର ସମାଜସେବୀ ଦୁଷ୍ମନ୍ତ ବେହେରା, ବିରିପାଲି ପଞ୍ଚାୟତର ସମାଜସେବୀ ବିନୋଦ ବେହେରା, ବାଳକୃଷ୍ଣ ଭାଟି, କ୍ଷୀରସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.