ହରିଶଙ୍କରରେ ବହୁ ଭାଷୀ କବିତା ଆସର ଅନୁଷ୍ଠିତ

  • ସେଲାପଥର ସାହିତ୍ୟ ପତ୍ରିକା ଉନ୍ମୋଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସରର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସାଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ସେଲାପଥର ପତ୍ରିକାକୁ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ରୂପେ କବିୟତ୍ରୀ ସୁରୁଚି ମିଶ୍ର, କୋଶଳ ବାଦୀ ନେତା ସୁଶୀଲ କୁମାର ଗୁରୁ, ସେଲାପଥର ପତ୍ରିକାର ସମ୍ପାଦକ ଧରମ ସିଂ ଧରୁଆ, ଅଭିଳାଷ ଭୋଇ ପ୍ରମୁଖ ଯୋଗଦେଇ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ସେଲାପଥର ପତ୍ରିକାର ଉଦ୍ୟମକୁ ପ୍ରଶଂସା କରିଥିଲେ । ଉନ୍ମୋଚନ କାର୍ଯ୍ୟକ୍ରମକୁ କବି ଭକ୍ତବନ୍ଧୁ ବିଶ୍ଵାଳ ପରିଚାଳନା କରିଥିଲେ । ପରେ କବିୟତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛାଙ୍କ ଅଧକ୍ଷତାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । କବୀୟତ୍ରୀ ସାବିତ୍ରୀ ସାହୁ, ସବିତା ଭୋଇ, ସୁଶୀଲ ଗୁରୁ, ସୁରୁଚି ମିଶ୍ର, ଶଶିକାନ୍ତ ଧରୁଆ, ଘନଶ୍ୟାମ ବିଶ୍ୱାଳ, ଘନଶ୍ୟାମ ସରାଫ, ଶାନ୍ତନୁ ବୁଦ୍ଧିଆ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.