csstore

ଆର୍‌ଏନ୍‌ ସିଂଦେଓ ସନ୍ତରଣଗାରରେ ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର୍‌ଏନ୍‌ ସିଂଦେଓ ସନ୍ତରଣଗାରରେ ବଲାଙ୍ଗିର ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ସିଆର୍‌ପିଏଫ୍‌ କମାଣ୍ଡେଟ୍‌ ପବନ କୁମାର ତିବାରି ଏବଂ ବଲାଙ୍ଗିର ଜିଲ୍ଲା ସନ୍ତରଣ ସଂଘ ଉପଦେଷ୍ଟା ମୋନଜ ମିଶ୍ର, ଜିଲ୍ଲା ସମ୍ପାଦକ ସୁମିତ ରଂଜନ ପୁରୋହିତ ଯୋଗ ଦେଇଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ୧୫୦ରୁ ଅଧିକ ଖେଳାଳି ଏବଂ ପିଇଟି ଶିକ୍ଷକ ଏବଂ ବଲାଙ୍ଗୀର ଜିଲ୍ଲା ସନ୍ତରଣ ସଂଘ ସମସ୍ତ କର୍ମକର୍ତ୍ତା ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସବ ଜୁନିଅର ଏବଂ ଜୁନିଅର ଲେବେଲରେ ବହୁଗୁଡିଏ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ଯେଉଁ ଖେଳାଳି ମାନେ ଭଲ ସମୟ ଦେଇଛନ୍ତି ସେମାନଙ୍କୁ ଆସନ୍ତା ୨୮ରୁ ୩୦ ତାରିଖରେ ହେବାକୁଥିବା ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ଭାଗନେବେ ।

jayashree
Leave A Reply

Your email address will not be published.