କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଟକ ସ୍ଥିତ ସାରଳା ଭବନ ଠାରେ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ “ରାଜ୍ୟ ସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ-୨୦୨୨” ସମ୍ମାନରେ ସମ୍ମାନୀତ କରାଯାଇଛି । ଶାରୀରିକ ଅସୁସ୍ଥତା କାରଣରୁ ଶ୍ରୀ ବେହେରାଙ୍କ ଅନୁପସ୍ଥିତିରେ ପୂର୍ଣ୍ଣଚନ୍ଦ୍ର ମେହେର ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ଶ୍ରୀ ବେହେରା ଅନୁଷ୍ଠାନର ରାଜ୍ୟ ସଭାପତି ଶ୍ରୀମତୀ ଗାୟତ୍ରୀ ସିଂ ଓ ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ପ୍ରେମାନନ୍ଦ ବେହେରା ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ‘ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ’, ମାଲକାନଗିରି ଜିଲାରୁ ‘ମାଲ୍ୟବନ୍ତଶ୍ରୀ ସମ୍ମାନ’, କୋରାପୁଟ ଜିଲ୍ଲାରୁ ‘ମାଟିଲଗ୍ନାଶ୍ରୀ ସମ୍ମାନ’, ପୁରୀ ଜିଲ୍ଲାରୁ ‘ମାନସିଂହ ସ୍ମୃତି ସମ୍ମାନ’, ଗଞ୍ଜାମ ଜିଲ୍ଲାରୁ ‘ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ’, ବାଲେଶ୍ୱର ଜିଲ୍ଲାରୁ ‘ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି’ ଆଦି ବହୁ ସମ୍ମାନରେ ସମ୍ମାନୀତ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.