pakka

ଉଚ୍ଚତର ଗବେଷଣା ପାଇଁ ଅଧ୍ୟାପକଙ୍କ ବିଦେଶ ଯାତ୍ରା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଭାଗର ଯୁବ ଅଧ୍ୟାପକ ଡ଼. ବଳରାମ ପ୍ରଧାନ ଆମେରିକା ସ୍ଥିତ ମର୍ଯ୍ୟାଦାଜନକ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍‌ଥ ଦ୍ଵାରା ମନୋନୀତ ହୋଇ ବିଦେଶ ଯାତ୍ରା କରିଛନ୍ତି । ଏହି ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ସେ ଦୁଇ ବର୍ଷ ପାଇଁ ଜୈବ-ଭେଷଜ ସମ୍ପର୍କିତ ଉଚ୍ଚତର ଗବେଷଣା କରିବେ । ଡ଼. ପ୍ରଧାନଙ୍କ ଏହି ବିରଳ କୃତିତ୍ଵ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକ, ବିଭାଗୀୟ ମୁଖ୍ୟ ଡ଼. ମନୋଜ କୁମାର ପ୍ରଧାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଅଭିନନ୍ଦନ ଜ୍ଞାପନ ପୂର୍ବକ ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.

twenty + eighteen =