csstore

ସୁନାବେଡ଼ା ଗୋଧସ ଜଳ ପ୍ରକଳ୍ପରେ ଖସିପଡି ଯୁବକ ନିଖୋଜ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସୁନାବେଡ଼ା ଗୋଧସ ଜଳ ପ୍ରକଳ୍ପରୁ ଖସିପଡି ଜଣେ ଯୁବକ ନିଖୋଜ ହେଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଳକ ଲୁଥୁରବନ୍ଧ ପଂଚାୟତର ସାଗୁନାମୁଣ୍ଡା ଗାଁର ମହେଶ ନାଗ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହିତ ସୁନାବେଡା ଅଭ୍ୟୟାରଣ୍ୟ ସ୍ଥିତ ଗୋଧସ ଜଳ ପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ସେଠାରୁ ସେ ଝରଣାରୁ ଖସିପଡି ନିଖୋଜ ହୋଇଥିବା ବେଳେ ତାଙ୍କୁ ନୂଆପଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି ଚଲାଇଛନ୍ତି ବୋଲି ଧରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରା ସୂଚନା ଦେଇଛନ୍ତି । ତେବେ ଏକ ଭିଡିଓରେ ମହେଶ ଝରଣାକୁ ଖସି ପଡୁଥିବାର ଚିତ୍ର ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

jayashree
Leave A Reply

Your email address will not be published.