ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରଲୋକ

ନୂଆପଡା, (କେପିଏନ୍‌ଏସ୍‌) : ଖଡ଼ିଆଳ ଏନ୍‌ଏସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଜଣେ କୋଭିଡ଼ ଯୋଦ୍ଧା ଭାବରେ ନିଜ ଦାୟିତ୍ୱ ବେଶ୍‌ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଖଡ଼ିଆଳରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ନୂଆପଡ଼ା ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ସୁ‌ସ୍ଥ ହୋଇ ପୁଣି ଖଡ଼ିଆଳ ସରକାରୀ ବାସଭବନକୁ ଫେରିଥିଲେ । କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ପୁଣି ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଭେଣ୍ଟିଲେଟର୍‌ରେ ରହିଥିବା ବେଳେ ଆଜି ତା‌ଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ପରଲୋକରେ ‌ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.