oom

ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତି ପକ୍ଷରୁ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୭ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଶତାଧିକ କଳାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାକାରଙ୍କ ଦାବୀ ଉପସ୍ଥାପନ କରିଥିଲେ । ସମିତିର ସଭାପତି ପରମାନନ୍ଦ ମାଝି, ଜିଲ୍ଲା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ସଂପାଦକ ସତ୍ୟ ବନ୍‌ଛୋର୍‌ଙ୍କ ନେତୃତ୍ୱରେ ଆଜି ଠୁଳ ହୋଇଥିଲେ ଜିଲ୍ଲାର ବିଭିନ୍ନ ଅଂଚଳର କଳାକାରମାନେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ରରେ ଉଲ୍ଲେଖ ଥିବା ଦାବୀଗୁଡ଼ିକ ହେଲା- ଜିଲ୍ଲାର ପଂଜିକରଣ ହୋଇଥିବା ଜିଲ୍ଲାର ସମସ୍ତ କଳାକାର ପରିବାରଙ୍କୁ କରୋନା ଲକ୍‌ ଡାଉନ୍‌ କାରଣରୁ ଆର୍ଥିକ ସାହାଯ୍ୟ ଦିଆଯାଉ । ସାମାଜିକ ସୁରକ୍ଷା ଯୋଜନାରେ ଅଗ୍ରାଧିକାର ଭିତ୍ତିରେ କଳାକାରଙ୍କୁ ସାମିଲ୍‌ କରାଯାଉ । ସମସ୍ତ କଳାକାରଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ୍‌ କରାଯାଉ । ଦକ୍ଷ ଯୁବ କଳାକାରମାନଙ୍କୁ କଳା ଓ କଳାକାର ବିକାଶ ନିମିତ୍ତଗବେଷଣା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା (ଭତ୍ତା) ଯୋଜନାକୁ ସୀମିତ ନ କରି ସମସ୍ତ ଯୋଗ୍ୟ କଳାକାରଙ୍କୁ ସହଯୋଗ ପ୍ରଦାନ କରାଯାଉ । ଭତ୍ତା ରାଶି ୧୨ ଶହ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ଏବଂ କଳାକାର ଭତ୍ତା ପ୍ରଦାନରେ ବୟସ ସୀମା କୋହଳ କରି ପୁରୁଷଙ୍କ ୫୦ରୁ ୪୦ ବର୍ଷ ଓ ମହିଳା କଳାକାରଙ୍କ ୪୦ରୁ ୩୦ ବର୍ଷ ରଖାଯାଉ ।

ତେବେ ଧାରଣା ସମୟରେ କଳାକାର ସତ୍ୟ ବନ୍‌ଛୋର, ପରମାନନ୍ଦ ମାଝୀ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ରଘୁ ରଣା, ସୁଦାମ ବିଶି, ଶତ୍ରୁଘ୍ନ ସାହୁ, ବିଭୂ କଲ୍ୟାଣ ଗଡ଼ତିଆ, କପିଳ କୁମ୍ଭାର, ପ୍ରମୋଦ ନାୟକ, କର୍ଣ୍ଣ ଭୁଏ, ମୁରଲୀ ଦଣ୍ଡିଆ, କ୍ଷମା ବନ୍‌ଛୋର୍‌ ଆଦି କଳାକାରମାନେ ବକ୍ତବ୍ୟ ରଖିଥିଲେ ଓ କରୋନା ମହାମାରୀ ସଂକ୍ରମଣ କାଳରେ କଳାକାରମାନଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବିଷୟ ଉଲ୍ଲେଖ କରିଥିଲେ । ସମିତି ପକ୍ଷରୁ କୁହାଯାଇଛି ଯେ, ଯଦି ରାଜ୍ୟ ସରକାର ସଂପୃକ୍ତ ଦାବୀଗୁଡ଼ିକୁ ପୂରଣ କରିବା ଦିଗରେ ଯତ୍ନବାନ ନ ହୁଅନ୍ତି ତେବେ ଆଗାମୀ ସମୟରେ ଗଣତାନ୍ତ୍ରିକ ଭିତ୍ତିରେ ଜନ ଆନ୍ଦୋଳନକୁ କଳାକାରମାନେ ଓହ୍ଲାଇବେ ଓ ସେହି ପରିସ୍ଥିତି ପାଇଁ ସରକାର ତଥା ପ୍ରଶାସନ ଦାୟୀ ରହିବେ ।

jittmm
Leave A Reply

Your email address will not be published.