pakka

ବିଭୁତିପଡା ଶ୍ମଶାନରେ ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭୁତିପଡା ଶ୍ମଶାନରେ ଜଣେ ଅସହାୟଙ୍କ ଶବ ସତ୍କାର କରିଛି ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସ୍ଥାନୀୟ ସାଗରପଡାର ଜଣେ ବୃଦ୍ଧା ସାଧବ ମିଶ୍ର (୬୫)ଙ୍କ ଏଠାରେ କେହି ନଥିବାରୁ ପିଠା ବିକ୍ରି କରି ପେଟ ପୋଷଣ କରୁଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ଶବକୁ ମର୍ଯ୍ୟାଦାର ସହ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକାନନ୍ଦ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, କନ୍ଦର୍ପ ରଣା, ବୀରେନ୍ଦ ସାହୁ, କାଲକୁଲେଟର ରଥ ଏବଂ ଉପଦେଷ୍ଟା ଟୁନା ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − eleven =