ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

  • ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କରିବାକୁ ମତ ରଖିଲେ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ନୂତନ କର୍ମକର୍ତା ଚୟନ ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ମାଲପଡାଠାରେ ଅନୁଷ୍ଠିତ ହୋଇଥିଲା । ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ସଭାପତି ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ରେଳ ଉପଭୋକ୍ତାମାନଙ୍କ ପାଇଁ କିପରି ଅଧିକ ସୁବିଧା କରାଯାଇ ପାରିବ ସେ ବିଷୟରେ ସୁଚିନ୍ତିତ ପ୍ରସ୍ତାବ ଦେବାକୁ କହିଥିଲେ । ଯେହେତୁ ବଲାଙ୍ଗିର ୨ୟ ଲାଇନ୍‌ ହେବା ପରେ ପ୍ଲାଟଫର୍ମ ୨ ଓ ୩ ରୁ ବରିଷ୍ଠ ଓ ବିକଳାଙ୍ଗ ଯାତ୍ରୀମାନଙ୍କୁ ଓଭରବ୍ରିଜରେ ଚଢି ଆସିବାକୁ ଅସୁବିଧା ହେଉଥିବାରୁ ତୁରନ୍ତ ଏକ ଲିଫ୍ଟର ବ୍ୟବସ୍ତା କରିବା, ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ ଟାଇମିଙ୍ଗ ଡିସ୍‌ପ୍ଲେ ବୋଡ ସମସ୍ତ ପ୍ଲାଟଫର୍ମରେ ଲଗାଇବା, ଟିକେଟ କାଉଣ୍ଟରରୁ ଷ୍ଟେସନ ପର୍ଯ୍ୟନ୍ତ ଏକ ସେଡ ତିଆରି କରିବା, ମଧ୍ୟ ରାତ୍ର ସମୟରେ ଆସୁଥିବା ଟ୍ରେନ ସମୟରେ ରେଳ ଷ୍ଟେସନ ରାସ୍ତାରେ ନାଇଟ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଟାଉନ ପୁଲିସ ଏବଂ ଜିଆରପି ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିବାକୁ ପ୍ରସ୍ତାବ ହୋଇଥିଲା । ବଲାଙ୍ଗିର କିମ୍ବା ବଲାଙ୍ଗିର ଦେଇ ଦିଲ୍ଲୀ, ପ୍ରୟାଗରାଜ ଟ୍ରେନ ଚଳାଇବାକୁ ଦାବୀ କରିବାକୁ ନିଷ୍ପତି ହୋଇଥିଲା । ପୁରୀ-ସମ୍ବଲପୁର ଇଣ୍ଟରସିଟି ଟ୍ରେନକୁ ବଲାଙ୍ଗିର କିମ୍ବା ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବୀ କରାଯିବାକୁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ସେହିପରି ବଲାଙ୍ଗିର, ସୋନପୁର, ବରଗଡ, ଭବାନିପାଟଣା ଓ ସମ୍ବଲପୁରକୁ ନେଇ ଏକ ରେଳ ଉପଭୋକ୍ତା କୋଡିନେସନ କମିଟି ଗଠନ କରିବା ସହ ଏହି ଜିଲ୍ଲାର ସମସ୍ତ ଏମ୍‌ପିମାନଙ୍କ ସହ ଆଲୋଚନା କରି ବିଭିନ୍ନ ଦାବୀ ନେଇ ଏକ ମିଳିତ ଦାବୀପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଆଜିର ଏହି କାର୍ଯ୍ୟକାରୀଣୀ ବୈଠକରେ ଟ୍ରେଜେରର ଅଶୋକ କୁମାର ଚାନ୍ଦ, ଅଶୋକ କୁମାର ମିଶ୍ର, ଛବିଲାଲ ବେହେରା, ମନୋରଜଂନ ପୁରୋହିତ, ଯୁଧୀଷ୍ଟିର ମିଶ୍ର, ଦିବାକର ହୋତା ଓ ରୁତୁରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × three =