ବିବାହ ବେଦୀରେ ପରିବେଶ ସୁରକ୍ଷା ବାର୍ତ୍ତା ସହ ପୁସ୍ତକ ଦାନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ପରିବେଶ କର୍ମୀ, ସାହିତ୍ୟିକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିର ସନ୍ନିକଟ ଦେବରଜ କଲ୍ୟାଣ ମଣ୍ଡପରେ କବି ଗବେଷକ ଭୀମସେନ ମହାପାତ୍ରଙ୍କ ସୁପୁତ୍ରୀ ଶ୍ରୀଲେଖାଙ୍କ ସହ ରାକେଶଙ୍କର ବିବାହ ଉତ୍ସବରେ ତିନୋଟି ପୁସ୍ତକ ଯଥା – ଅମର ଜଳ, ଚମ୍ପା ଓ ନବରଙ୍ଗପୁର ଜିଲ୍ଲାର କବି ଓ କବିତା ଦାନ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରି ଉପସ୍ଥିତ ଅତିଥିମାନଙ୍କୁ ପରିବେଶ ସୁରକ୍ଷା ଓ ବିଶ୍ୱତାପାୟନରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ରଶ୍ମିରଂଜନ ସାହୁ, କବି ଚନ୍ଦ୍ରଶେଖର, ଗାନ୍ଧୀବାଣୀ ପ୍ରଚାରକ ଅନାମ ମଲ୍ଲିକ, ଶିକ୍ଷକ ତଥା ଆଶୁକବି ଅଭୟ ଚରଣ ସାହୁ, ଗବେଷକ ଭୀମସେନ ମହାପାତ୍ର, ଆକାଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପାଢ଼ୀଙ୍କର ଏତାଦୃଶ କାର୍ଯ୍ୟକୁ ଜନସାଧାରଣରେ ବେଶ ପ୍ରଂଶସା କରାଯାଇଛି ।

jittmm
Leave A Reply

Your email address will not be published.