pakka

ପୋଲ ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା : ସନ୍ଦେହରେ ଥିବା ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଗତକାଲି ଏକ ମହିଳାଙ୍କ ଶବ ମିଳିଥିଲା । ତେବେ ଉକ୍ତ ମହିଳା ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣା ପଡିଥିଲା ଏନେଇ ବରପାଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲା ବରପାଲି ପୋଲିସ । ହେଲେ ଉକ୍ତ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ମହିଳାଙ୍କ ପୁରୁଷ ବନ୍ଧୁ ଅତାବିରା ରୁଗୁଡିଟିକିରାର ମୂଳ ବାସିନ୍ଦା ଗୁଣନାଥ ମିର୍ଧା ଯିଏକି ତେଜଙ୍ଗ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ତାଙ୍କୁ ପୋଲିସ ଗତକାଲି ଠାରୁ ଖୋଜୁଥିବା ବେଳେ ଆଜି ସକାଳୁ ଡୁଙ୍ଗୁରିପାଲି ସ୍ଥିତ ତାଙ୍କର ଭଡାଘରୁ ଗୁଣନାଥଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଏବଂ ଉଭୟ ବରପାଲି ଓ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଶବ ଜବତ କରିଥିଲେ । ଗୁଣନାଥଙ୍କ ହାତ ଓ ଗୋଡ଼ରେ ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡିରହିଥିବା ଦେଖିବାକୁ ମିଳିଥିଲା । ତେବେ କେତେ ସମୟରୁ ଗୁଣନାଥ ମୃତ୍ୟବରଣ କରିଛନ୍ତି ତାହା ଜଣା ପଡି ନଥିବା ବେଳେ ପ୍ରକୃତରେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ପୋଷ୍ଟମର୍ଟମ ରିପୋଟ ଆସିବା ପରେ ଜଣାପଡିବ । ଗୁଣନାଥଙ୍କ ଚଳିତ ମାସ ୧୨ ତାରିଖରେ ବିବାହ ହୋଇଥାନ୍ତା ହେଲେ ବିବାହ ବେଦୀରେ ବସିବା ପୂର୍ବରୁ ତାଙ୍କର ଜୁଇ ଜଳିବା ନେଇ ପରିବାର ଲୋକେ ସାଧାରଣରେ ସ୍ୱୀକାର କରି ପାରୁନାହାନ୍ତି ।

Leave A Reply

Your email address will not be published.

nineteen − 14 =