oom

କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ (ଏଆଇଟିୟୁସି) ପକ୍ଷରୁ ସେକ୍ଟର ୫ ସ୍ଥିତ କାର୍ଯ୍ୟାଳୟ ଠାରେ କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ସିଆଇଟିୟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବିଜେଡିର ଆନନ୍ଦ ମହାନ୍ତି, ସମାଜସେବୀ ହରିହର ରାଉତରାୟ, ରମେଶ ବଳ, ବିଏମ୍‌ଏସ୍‌ର ସଭାପତି ହିମାଂଶୁ ବଳ, ଶ୍ରମିକନେତା ଦିଲିପ ମହାପାତ୍ର, ନିହାର ଦାସ, ଦିଗମ୍ବର ମହାନ୍ତି, ସଦାନନ୍ଦ ସାହୁ, ସନ୍ତୋଷ ନାୟକ, ବଲାଣିର ଶ୍ରମିକ ନେତା ଅରବିନ୍ଦ କୁମାର ସାହି, ଶୈଳେନ୍ଦ୍ର କୁମାର ସିଂହ, ଶଶଧର ନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, କୁଂଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଶ୍ରଦ୍ଧାର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ପ୍ରମୁଖ ସ୍ବର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ଶ୍ରୀ ସେଠୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ୟୁନିୟନର କାର୍ଯ୍ୟକ୍ରମ, ସ୍ବର୍ଗତ ମିଶ୍ରଙ୍କ କାର୍ଯ୍ୟଧାରା ତଥା ତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ନାୟକ, ସୁବାସ ଚନ୍ଦ୍ର ମହାପାତ୍ର, କୃତ୍ତିବାସ ନାୟକ ସମେତ ବହୁ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହ ସଂପାଦକ ନୀଳମାଧବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.