oom

ପ୍ରସବ ସମୟରେ ଅସୁବିଧାର ସମ୍ମୁଖିନ ନ ହେବାକୁ ଯୋଗ ଅଭ୍ୟାସ ଶିବିର

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅଁଲାବେହେଲି ଅଙ୍ଗନୱାଡି କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ୨ ଘଣ୍ଟିଆ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଯୋଗ ଅଭ୍ୟାସ ଶିବିରରେ ଯୋଗାଚାର୍ଯ୍ୟ ଅରବିନ୍ଦ ବେହେରା ଯୋଗଦାନ କରି ତାଙ୍କର ନିଆରା ଯୋଗ ପ୍ରଦର୍ଶନ କରିବା ସହ ଉପସ୍ଥିତ ଗର୍ଭବତୀ ମହିଳାମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ଲଗାତାର ଉକ୍ତ ଯୋଗ ଅଭ୍ୟାସ ଦ୍ଵାରା ଗର୍ଭବତୀ ମହିଳାମାନଙ୍କର ଆଗାମୀ ଦିନରେ ଅନେକ ସୁବିଧା ଆଣିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ବୁଝାଇଥିଲେ । ଖୁସିରେ ରହି ଦୁଶ୍ଚିନ୍ତା ଛାଡି ଯୋଗ ଅଭ୍ୟାସ ଶିବିରରେ ଦିଆଯାଇଥିବା ଯୋଗ ଶିକ୍ଷାକୁ ପ୍ରତିଦିନ ଅଭ୍ୟାସ କରିବା ସହ ସୁକ୍ଷ୍ମ ଆସନ ଓ ପ୍ରାଣାୟାମ କରିବା ପାଇଁ ଅନୁରୋଧ କରିଥିବା ବେଳେ ଯୋଗକୁ ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ । ଅନୁଷ୍ଠିତ ଶିବିରରେ ସୁନାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ସୁଜାତା ମୁଣ୍ଡ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ରାଜେଶ ଦଣ୍ଡସେନା, ସିଏଚ୍‌ଓ ଶ୍ୱେତା ସୁନା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଗର୍ଭବତୀ ମା’, ଗ୍ରାମର ସମସ୍ତ ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.