ପାଇପରେ ଆସୁଛି ନର୍ଦ୍ଦମା ପାଣି, କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ନାଗରିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସହ୍ୟ ଖରା ଦାଉରେ ପାଣି ମୁନ୍ଦିଏ ପାଇଁ ଡହକ ବିକଳ ହେଉଥିବା ବରପାଲି ପଡାକୁ ଦୁଇ ତିନି ଦିନରେ ଥରେ ଜଳ ଯୋଗାଣ ହେଉଛି । ସେ ଜଳଭାବରୁ ମୁକ୍ତି ନପାଉଣୁ ଏବେ କିଛି ଦିନ ହେଲା ପାଇପରେ ନର୍ଦ୍ଦମା ପାଣି ଆସୁଥିବା ଅଭିଯୋଗ କରିଛନ୍ତି ବରପାଲି ପଡା ବାସିନ୍ଦା ଆର୍ତ୍ତତ୍ରାଣ ମିଶ୍ର ।

ପ୍ରମାଣ ପାଇଁ ପାଇପରୁ ଆସୁଥିବା ପାଣିକୁ ବୋତଲ ଦି ଟାରେ ନେଇ ଅଫିସ ଅଫିସ ବୁଲିବା ପରେ କୌଣସି ଫଳ ନମିଳିବା ପରେ ବଲାଙ୍ଗିର ନାଗରିକ କମିଟିର ସହାୟତାରେ ନିଜ ଅଭିଯୋଗ ନେଇ ଜନସ୍ୱାସ୍ଥ୍ୟ ଉପଖଣ୍ଡସ୍ଥ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ସଂଘ ସଭାପତି ବେଲାର ସିଂ ଭୋଇ, ସମ୍ପାଦକ ମନୋରଞ୍ଜନ ସାହୁ ଓ ବରିଷ୍ଠ ସଭ୍ୟ ଗୋପ ନାଥ ଉକ୍ତ ସମସ୍ୟା ଯଥା ଶୀଘ୍ର ସମାଧାନ ନହେଲେ ପୁର୍ବ ଭଳି ଏହା ମହାମାରୀର ରୂପ ନେଇ ଲୋକଙ୍କ ପ୍ରାଣହାନୀର କାରଣ ନ ହେବ ତାହା କୁହାଯାଇ ନପାରେ ବୋଲି କହିବା ସହ ବିଭାଗ ତରଫରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇ ସହରର ବିଭିନ୍ନ ଅଂଚଳରେ ହେଉଥିବା ଏଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ପ୍ରକାଶ କରିଥିଲେ । ଜଳ ଯୋଗାଣ ସମୟରେ ହିଁ ସମସ୍ୟାର ମୂଳ ଖୋଜା ଯାଇପାରିବ ବୋଲି କନିଷ୍ଠ ଯନ୍ତ୍ରୀ ନିଜର ଉତ୍ତର ରଖିଥିଲେ । ତେବେ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବ ବୋଲି ସଂଘ ଚେତାଇ ଦେଇଛି ।

Leave A Reply

Your email address will not be published.