jsm

ବଲାଙ୍ଗିର ରାମଜୀପଡା ରାମଲୀଳା ଉଦ୍‌ଯାପିତ : ଛଉ ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ମଂଚ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାମଜୀ ନାଟକ ସଂସ୍ଥା ପକ୍ଷରୁ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି ରାମଲୀଳା ନାଟକ । ବଲାଙ୍ଗିର ସାଂସ୍କୃତିକ ଅଭ୍ୟୁଦୟ ଉପରେ ଲିଳାଗୁରୁ ତଥା ନିର୍ଦ୍ଦେଶକ ବାଳମକୁନ୍ଦ ବେହେରା ସୂଚନା ଦେଇଥିଲେ ଯେ ପ୍ରାୟ ୧୫୦ ବର୍ଷ ପୂର୍ବର ରାମଲୀଳା ସଂସ୍ଥା ପକ୍ଷରୁ ରାମଲୀଳା ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ କାରଣରୁ ପ୍ରାୟ ୧୮ ବର୍ଷ ଧରି ବନ୍ଦ ରହିଥିବା ବେଳେ ଏବେ ନୂଆ କଳାକାର ଆଗ୍ରହ ଫଳରେ ନାଟକ ପୁଣି ଥରେ ଆକର୍ଷଣର କେନ୍ଦ୍ର ପାଲଟିଛି । ଚଳିତ ବର୍ଷ ରାବଣ ଭୂମିକାରେ ଅବତିର୍ଣ୍ଣ ହୋଇଥିବା ବଲାଙ୍ଗିରର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରୁଦ୍ର ନାରାୟଣ ପଟେଲଙ୍କ ଅଭିନୟ ଚିତାକର୍ଷକ ହୋଇଥିବା ବେଳେ ଜନସାଧାରଣଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା । ଗତ ଏପ୍ରିଲ ୧୦ରୁ ଆରମ୍ଭ ହୋଇ ମଇ ୧ ପର୍ଯ୍ୟନ୍ତ ଉଦ୍‌ଯାପିତ ହୋଇଯାଇଛି । ଜଗନ୍ନାଥପଡା ମନ୍ଦିରର ସମ୍ମୁଖରେ ଦୀର୍ଘ ଦିନ ଚାଲି ଆସିଥିବା ରାମଲୀଳା ମାଧ୍ୟରେ ରାମମାୟଣ ରସାମୃତ ପାନ କରିଥିଲେ ଦର୍ଶକ । ଉଦ୍‌ଯାପନୀ ଉତ୍ସବରେ ଛଉ ନୃତ୍ୟ ଓ ସଂଗୀତରେ ମଂଚ ଦୁଲୁକିଥିଲା । ସୀତା ଚୋରୀ, ଜଟାୟୁ ମରଣ, ବାଲି ବଧ, ଲଙ୍କା ପୋଡି, ବିଭିଷଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଭେଦ, ରାବଣ ବଧ, ସୀତା ଅଗ୍ନି ପରୀକ୍ଷା ଓ ରାଜ୍ୟ ଅଭିଷେକ ବିଶେଷ ଆକର୍ଷଣି ହୋଇଥିଲା । ଏହି ଅବସରରେ ପୁରାତନ ୩୮ ଜଣକଳାକାର ଗୁରୁ ବାଳକୃଷ୍ଣ ବେହେରା, ସାଲିନ ବାବୁ (ରାମ ଭୂମିକାରେ), ମାନସ ରଂଜନ ସାହୁ (ସୀତା ଭୂମିକାରେ), ଆନନ୍ଦ ମିଶ୍ର (ଲକ୍ଷ୍ମଣ ଭୂମିକାରେ) ବାସୁଦେବ ବେହେରା, ସୁଶାନ୍ତ ଚୋପଦାର, ପିତବାସ ବେହେରା, ଦିଲିପ ସିଂଦେଓ, ସୁଦର୍ଶନ ପଟେଲ, ସୋମନାଥ ନାଏକ, ବିିପିନ ପ୍ରଧାନ, ମଧୁ, ଭୀମ ବଗର୍ତ୍ତି, ନିଳାଞ୍ଚଳ ନାଏକ, ସୁରଂଜିତ ସାହାଣି, ବିଶ୍ୱନାଥ ସରାଫ, ସଚିକାନ୍ତ ନାଏକ, ପ୍ରହଲ୍ଲାଦ ଦର୍ଜି, ସୁବାଷ ସାଏ, ସାରଥି ପଟେଲ, ମନ ବେହେରା, ନରେନ୍ଦ୍ର ନିହାଲ, ଚୈତନ୍ୟ ମଟାରୀ, କ୍ଷେତ୍ର ବନଛୋର, ପୁରୁଷୋତ୍ତମ ଦେବତା, ମନାସି ଅଲି, ଅସିତ ବାଗ, ପ୍ରଶାନ୍ତ ବେହେରା, ଶ୍ରୀକାନ୍ତ ଦାଶ, ଜୟ ପ୍ରକାଶ ପୁଝାରୀ, ବିରଂଚି ସେଠ, ବିରେନ୍ଦ୍ର ମନହିରା, ଗଙ୍ଗାଧର ଦେବତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ କିଭଳି ରାଜ୍ୟସ୍ତରୀୟ ଆକର୍ଷିତ ହେବ ବୋଲି ମତ ପ୍ରକାଶ ପାଇଥିଲେ ।

yuvodaya
Leave A Reply

Your email address will not be published.